ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଲାଗିଲା ଦର୍ପଦଳନ ଓ ନନ୍ଦିଘୋଷ, କାଲି ଆଡ଼ପ ମଣ୍ଡପ ବିଜେ

ପୁରୀ – ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଲାଗିଲା ତିନି ରଥ। ଗତକାଲି ଅଧାରେ ଅଟକିଥିବା ଦର୍ପଦଳନ ଓ ନନ୍ଦିଘୋଷ ରଥକୁ ଶ୍ରଦ୍ଧାଳୁମାନେ ଟାଣି ନେଇ ଆଜି ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଲଗାଛନ୍ତି। ଗତକାଲି ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଥିଲା।ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମାଉସୀ ମାଆ ଛକ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ବଡ଼ଶଙ୍ଖ ନିକଟରେ ଅଟକି ଥିଲା। ଆଜି ସକାଳୁ ପୁଣି ଥରେ ରଥଟଣା ଆରମ୍ଭ ହୋଇଥିଲା। ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଏକାଠି ହୋଇ ରଥ ଟାଣିଥିଲେ । ଆଜି ଓ ଆସନ୍ତାକାଲି ମଧ୍ୟ ଦିନସାରା ଶ୍ରୀଜିଉଙ୍କୁ ରଥ ଉପରେ ଦର୍ଶନ କରିପାରିବେ ଭକ୍ତ। କାଲି ସଂଧ୍ୟାରେ ଶ୍ରୀଜିଉମାନେ ଗୋଟି ପହଣ୍ଡିରେ ଆଡପ ମଣ୍ଡପ ବିଜେ କରିବେ ।

Comments are closed.