ରାଜ୍ୟ କ୍ୟାବିନେଟ ବୈଠକରେ ୧୫ଟି ପ୍ରସ୍ତାବକୁ ମଞ୍ଜୁରୀ : ଶୀତଳାପଲ୍ଲୀରେ ହେବ ମଲ୍ଟିସ୍ପେଶାଲିଟି ହସପିଟାଲ୍

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ୧୫ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ୧୫ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ । ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯାେଜନା ପ୍ରସ୍ତାବ ଉପରେ ମୋହର ମାରିଛି କ୍ୟାବିନେଟ । ଗଞ୍ଜାମ ଜିଲ୍ଲାର ଶୀତଳାପଲ୍ଲୀରେ ମଲଟିସ୍ପେଶାଲିଟି ହସପିଟାଲ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।

ରାୟଗଡ଼ାର ମା’ ମଝିଘରିଆଣୀ ମନ୍ଦିରର ଉନ୍ନତିକରଣ କରାଯିବ । ମନ୍ଦିର ପାଇଁ ସରକାର ୬ ଏକର ଜମି ଯୋଗାଇଦେବେ। ବିନା ପ୍ରମିୟମରେ ଜମି ମିଳିବ । ଓଡ଼ିଶା ଜିଏସଟି ଆଇନରେ ସଂଶୋଧନ ସଂପର୍କିତ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି।

ମୁଖ୍ୟମନ୍ତ୍ରୀ ସଡ଼କ ଯାେଜନାରେ ସବୁ ଗାଁକୁ ନିର୍ମାଣ ହେବ ରାସ୍ତା । ସମ୍ବିଧାନରେ ଅଷ୍ଟମ ପରିଛେଦରେ ସଉରା ଭାଷା ସାମିଲ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମଂଜୁରୀ ମିଳିଛି । କେନ୍ଦ୍ରକୁ ପ୍ରସ୍ତାବ ପଠାଇବେ ରାଜ୍ୟ ସରକାର । ଅନାଥାଶ୍ରମ, ଗୋଶାଳା ଓ ଦୃଷ୍ଟିହୀନ ସ୍କୁଲ ପାଇଁ ସ୍ବତନ୍ତ୍ର ରେଣ୍ଟ ନୀତିକୁ କ୍ୟାବିନେଟ ଅନୁମୋଦନ କରିଛି । ଅବଢ଼ାରେ ସଂଶୋଧିତ ପ୍ରସ୍ତାବକୁ ମଧ୍ୟ ମଂଜୁରୀ ମିଳିଛି।

Comments are closed.