ମଣିପୁର ହିଂସା ନେଇ ଆଜି ସର୍ବଦଳୀୟ ବୈଠକ

ଇମ୍ଫାଲ: ମେ ୩ରୁ ଆରମ୍ଭ ହୋଇଥିବା ମଣିପୁର ହିଂସା ଥମିବାର ଆଭାସ ମିଳୁନି । ଏଭଳି ସ୍ଥଳେ ଗୃହମନ୍ତ୍ରୀ ଅମିତ ଶାହା ଆଜି ଏ ପ୍ରସଙ୍ଗରେ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ମଣିପୁର ଶିକ୍ଷା ମନ୍ତ୍ରୀ ବସନ୍ତ ସିଂ କହିଛନ୍ତି ଯେ ମଣିପୁର ପ୍ରସଙ୍ଗରେ ଜାତୀୟ ଦଳ ଗୁଡ଼ିକ ସହ ଆଲୋଚନା ହେବ।

ତେବେ ଏହି ବୈଠକ ବହୁତ ବିଳମ୍ବ ହୋଇଗଲା ଏବଂ ଯଥେଷ୍ଟ ନୁହେଁ ବୋଲି କହିଛି କଂଗ୍ରେସ । କଂଗ୍ରେସ କହିଛି ଯେ ଦିଲ୍ଲୀରେ ବସି ମଣିପୁରର ଲୋକଙ୍କ ସହ ଆଲୋଚନା କଲେ ସୁଫଳ ମିଳିବନି ।

ଅନ୍ୟପକ୍ଷରେ ରାହୁଲ ଗାନ୍ଧୀ ଏହି ବୈଠକ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ ଟୁଇଟ୍ କରି କହିଛନ୍ତି ଯେ ଏହି ବୈଠକ ଏଭଳି ସମୟରେ ଅନୁଷ୍ଠିତ ହେଉଛି ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ଆମେରିକା ଗସ୍ତରେ ଅଛନ୍ତି । ଏଥିରୁ ସ୍ପଷ୍ଟ ଯେ ପ୍ରଧାନମନ୍ତ୍ରୀଙ୍କ ପାଇଁ ଏହି ବୈଠକ କୌଣସି ମାନେ ରଖୁନି ।

Comments are closed.