ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ: ନିୟମ କଡାକଡି ପରେ ଦୁର୍ଘଟଣାରେ ଉଲ୍ଲେଖନୀୟ ହ୍ରାସ

ସମ୍ବଲପୁର: ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ରେ ଥିବା ଏସଏସଏ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଆଞ୍ଚଳିକ ପରିବହନ ଅଧିକାରୀ ରାମଦାସ ଟୁଡୁ, ମ୍ୟାନେଜର (ଟେକ) ନିତିନ କୁମାର ଗୁପ୍ତା, ଏସ.ଇ ରାସ୍ତା ଏବଂ କୋଠା ବାଡ଼ି ଅଶୋକ କୁମାର ଲେଙ୍କା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମୁରଲି ଧର ବେହେରା, ଜୁନିୟର ଏମଭିଆଇ ଧରଣୀଧର ଦେହୁରୀ, ଡିଏସପି ଟ୍ରାଫିକ ନରେନ୍ଦ୍ର କୁମାର ଷଡ଼ଙ୍ଗୀ, ସେକ୍ରେଟାରୀ ସାର୍କ ଏନଜିଓ ଅଶୋକ କୁମାର ପାଣିଗ୍ରାହୀ, ଏଡିପିଏଚଓ (ଲେପ୍ରସି ) ଡ଼. ପି. ସି ବିଶ୍ୱାଳ, ଅବକାରୀ ଇନିସ୍ପେକଟର ଅନ୍ନପୂର୍ଣ୍ଣା ରଥ, ଇଇ ଟିପିଡବ୍ଲୁଓଡିଏଲ ଡମ୍ବରୁଧର ଓଝା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ ସମେତ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ବାଇକ ତିନିଜଣ ବିନା ହେଲମେଣ୍ଟ ରେ ଗାଡି ଚାଳନା, ଟ୍ରାଫିକ ନିୟମ ନ ମାନିବା ଗାଡି ଚାଳନାଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୈଠକ ରେ ନିଷ୍ପତି ନିଆଯାଇଛି।

ସେହିପରି ବେଆଇନ ପାର୍କିଂ ଉପରେ ତୀକ୍ଷଣ ନଜର ରଖିବା ସହ ଅବମାନନା କାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ୱ ଦିଆଯାଇଛି। ସଡ଼କ ଦୁର୍ଘଟଣା ରକିବା ପାଇଁ ସମସ୍ତ ରାସ୍ତା ପାର୍ଶ୍ଵରେ ସାଂକେତିକ ସୂଚନା ଫଳକ ଲଗେଇବା ସହ ଗାଡିମୋଟର ଯାଞ୍ଚ କୁ କଡାକଡି କରିବାକୁ ଗୁରୁତ୍ୱାରୋପ କରାଯାଇଛି। ସ୍ଥାନୀୟ ମଦନାବତୀ ସ୍କୁଲ ସମ୍ମୁଖ ସହ ମୁଖ୍ୟ ରାସ୍ତା କଡ଼ରେ ଥିବା ସ୍କୁଲ ସମ୍ମୁଖରେ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗ କୁ ନିର୍ଦ୍ଦେଶ ଦିଆଯାଇଛି। ଏହାଛଡା ପୋଲିସ, ଅବକାରୀ ଏବଂ ପରିବହନ ବିଭାଗ ମିଳିତ ଭାବେ ଚଢାଉ କରିବେ। ସ୍କୁଲ ମାନଙ୍କରେ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ, ଧନକଉଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ରେ ହୋମ୍ସ ନିର୍ମାଣ, ରାସ୍ତା ଆଲାଇନମେଣ୍ଟ,, ଦୁର୍ଘଟଣା ପ୍ରବଣ ଅଂଚଳରେ ସିସି କ୍ୟାମେରା ଲଗେଇବା, ହାତୀ କରିଡର ନିର୍ମାଣ, ଦୁର୍ଘଟଣା ରେ ପୀଡିତ ବ୍ୟକ୍ତିକୁ ମେଡିକାଲ ରେ ତୁରନ୍ତ ଚିକିତ୍ସା ପ୍ରଦାନ, ବଡ଼ରମା ଘାଟି ରାସ୍ତାରେ ସାଇଡ଼ ୱାଲ ନିର୍ମାଣ ସହ ସଡ଼କ ନିରାପତ୍ତା ସମ୍ବନ୍ଧୀୟ ବିଭିନ୍ନ ବିଷୟ ଉପରେ ବୈଠକରେ ପୁଙ୍ଖାନୁପୁଙ୍କ ଆଲୋଚନା ହୋଇଥିଲେ। ୧ ଜାନୁଆରୀ ୨୦୨୨ ରୁ ୩୧ ଡିସେମ୍ବର ୨୦୨୨ମଧ୍ୟରେ ମୋଟ ୫୧୯ ଦୁର୍ଘଟଣା ମଧ୍ୟରୁ ୨୨୪ ଜଣଙ୍କ ମୃତ୍ୟୁ ହେଇଥିବ ବେଳେ ୩୭୭ ଜଣ ଆହତ ହୋଇଥିଲେ ସେହିପରି ୧ ଜାନୁଆରୀ ୨୦୨୩ ରୁ ୩୧ ମଇ ୨୦୨୩ ମଧ୍ୟରେ ୧୭୫ ଟି ଦୁର୍ଘଟଣା ଘଟିଛି ସେଥିମଧ୍ୟରୁ ୧୪୧ ଜଣ ଆହତ ହେଇଥିବା ବେଳେ ୮୩ ଜଣ ମୃତ୍ୟୁ ବରଣ କରିଥିଲେ। ୧ ଜାନୁଆରୀ ୨୦୨୨ ରୁ ୩୧ ଡିସେମ୍ବର ୨୦୨୨ ମଧ୍ୟରେ ୧୯୪୪ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଧ କରାଯାଇଥିବା ସ୍ଥଳେ, ୧ ଜାନୁଆରୀ ୨୦୨୩ ରୁ ୨୦ ଜୁନ ୨୦୨୩ମଧ୍ୟରେ ୧୩୪୬ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଧ ହୋଇସାରିଲାଣି। ଚିହ୍ନଟ ହୋଇଥିବା ଦୁର୍ଘଟଣା ପ୍ରବଣ ଅଂଚଳ ମଧ୍ୟରେ ଅଇଁଠାପାଲି ବସଷ୍ଟାଣ୍ଡ ପାଖ, ବରେଇପାଲି ଛକ, ମଦନାବତୀ ସ୍କୁଲ ସମ୍ମୁଖ, ଗୋଲଗୁଣ୍ଡା/ପିସି ବ୍ରିଜ, ସାରଳାଛକ, ଟାଙ୍ଗରପାଲି ଛକ, ଖୋଲିଆପାଲି, ଭତରା , ସାହସପୁର ପାଖ, ବରଗାଁ ଛକ ରୁ ଶାନ୍ତି ରାଇସ ମିଲ, ଘଉସରା ରାସ୍ତା, ଡ଼ୁମେରମୁଣ୍ଡା ଛକ, ଇତ୍ୟାଦି ରହିଛି। ଏହି ସ୍ଥାନ ମାନଙ୍କରେ ଦୁର୍ଘଟଣା ରଖିବାକୁ ଅବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାନ୍ତି କହିଛନ୍ତି। ଚାରମାଲ ଛକ, ଯୁଯୁମୁରା ଛକ, ମାନେଶ୍ଵର ଛକ, ଭୋଜପୁରୀ ଛକ, ସଇଡା ଛକ, ଲାଡ଼ ଛକ, ପିସି ବ୍ରିଜ, ବରେଇପାଲି ଛକ ଜମନକିରା ବାଇପାସ, ଖିଣ୍ଡା ଛକ, ଲପଙ୍ଗା ଛକ ପାଖରେ ସିସି କ୍ୟାମେରା ଲେଗେଇବା ଉପରେ ବୈଠକରେ ଆଲୋଚନା ହୋଇଛି।

Comments are closed.