ବରଗଡ଼ ରିଂ ରୋଡ଼ ପାଇଁ ୩୯ କୋଟି ମଞ୍ଜୁର, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବିଧାୟକ

ବରଗଡ଼ : ବରଗଡ଼ ଜୀରା ନଦୀ କୂଳ ସାଇ ମନ୍ଦିରରୁ ରୁହୁଣିଆ ବ୍ରିଜ୍ ପର୍ଯ୍ୟନ୍ତ ନିର୍ମାଣ ହେବାକୁଥିବା ବହୁ ପ୍ରତୀକ୍ଷିତ ରିଂ ରୋଡ ପାଇଁ ଆଜି ୩୯ କୋଟି ଟଙ୍କାର ଟେଣ୍ଡର ପ୍ରକାଶିତ ହୋଇଛି । ଏହି ରିଂ ରୋଡ ନିର୍ମାଣ ପାଇଁ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ବାରମ୍ବାର ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଆସୁଥିଲେ । କିଛି ମାସ ପୂର୍ବରୁ ଏହା ସର୍ବେକ୍ଷଣ ହୋଇସାରିଥିବା ବେଳେ କାର୍ଯ୍ୟ ଆରମ୍ଭ ପାଇଁ ଟେଣ୍ଡର ପ୍ରକାଶ ପାଇଛି । ଏହା ପରେ ବରଗଡ଼ବାସୀଙ୍କ ମଧ୍ୟରେ ଏହାକୁ ନେଇ ଉତ୍ସାହ ଦେଖାଦେଇଛି । ବିଧାୟକ ଆଚାର୍ଯ୍ୟ ଏହି ପ୍ରକଳ୍ପର ଆର୍ଥିକ ମଞ୍ଜୁରୀ ତଥା କାର୍ଯ୍ୟ ଆରମ୍ଭ ପାଇଁ ଟେଣ୍ଡର ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ଏବଂ ଏହି ରିଂ ରୋଡ ୩୯ କୋଟିର ଟେଣ୍ଡର ନିର୍ମାଣ ଫଳରେ ବରଗଡ଼ ସହରର ବିକାଶ ପ୍ରକ୍ରିୟାରେ ଆଉ ଏକ ଫର୍ଦ୍ଦ ଯୋଡ଼ିହେଲା ବୋଲି ଉଲ୍ଲେଖ କରିବା ସହିତ ସହରକୁ ଏକ ବିକଶିତ ବରଗଡ଼ରେ ପରିଣତ କରିବାରେ ସହାୟକ ହେବ ବୋଲି ପରିପ୍ରକାଶ କରିଛନ୍ତି । ତେବେ ବିଧାୟକ ଶ୍ରୀ ଆଚାର୍ଯ୍ୟଙ୍କ ଏହି ଉଦ୍ୟମକୁ ବରଗଡ଼ ସହରର ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି । ଏହି ଅବସରରେ ପୌରାଧ୍ୟକ୍ଷା କଳ୍ପନା ମାଝୀ ରୋଡ ବିଭିନ୍ନ ଦୃଷ୍ଟିକୋଣରୁ ଉପାଧ୍ୟକ୍ଷ ରାଜେଶ ଅଗ୍ରୱାଲ , ଟାଉନ ବିଜେଡି ସଭାପତି କିଶୋର ମିଶ୍ର ଏବଂ ପୌରସ୍ ପରିଷଦର ସମସ୍ତ କାଉନସିଲରବୃନ୍ଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଧାୟକ ଆଚାର୍ଯ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Comments are closed.