ଅଙ୍ଗଦାନରେ ପ୍ରଥମ : ବ୍ରେନ ଡେଡ୍ ବ୍ୟକ୍ତିଙ୍କ ୫ ଗୁରୁତ୍ୱପୂର୍ଣ୍ଣ ଅଙ୍ଗଦାନ କଲେ ପରିବାର

ଭୁବନେଶ୍ୱର- ଗୋଟିଏ ଶରୀରର ୫ ଟି ଅଙ୍ଗଦାନ କରି ବହୁମୂଲ୍ୟ ଜୀବନ ବଞ୍ଚାଯାଇପାରିଛି । ବାଙ୍କୀ ଅଞ୍ଚଳର ପ୍ରସନଜିତ ମହାନ୍ତିଙ୍କ ପରିବାର ଏଭଳି ପୁଣ୍ୟ କାମ କରିଛନ୍ତି ।ଆଉ ସାରାରାଜ୍ୟରେ ବିରଳ ପ୍ରତିରୋପଣ କରି ଚିକିତ୍ସା ବିଜ୍ଞାନରେ ଉଦାହରଣ ସୃଷ୍ଟି କରିଛି ସମ୍ ଅଲଟିମେଟ୍ । ମୁଣ୍ଡରେ ଶକ୍ତ ଆଘାତ ଲାଗିବାରୁ ୪୩ ବର୍ଷୀୟ ପ୍ରସନଜିତଙ୍କୁ ସମ୍ ଅଲଟିମେଟରେ ଭର୍ତ୍ତି କରାଯାଇଥିଲା । ବ୍ରେନ ଡେଡ୍ ହୋଇଯିବା ନେଇ ପରିବାର ସଦସ୍ୟଙ୍କୁ ଅବଗତ କରାଇଥିଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ । ଏହାପରେ ପ୍ରସନଜିତଙ୍କ ରକ୍ତ ସମ୍ପର୍କୀୟ ଦେଖାଇଥିଲେ ମହାନତା । ପ୍ରସନଜିତଙ୍କ ଶରୀରରୁ ୨ଟି ବୃକକ, ୨ଟି ଫୁସଫୁସ ଓ ଗୋଟିଏ ଯକୃତ ଦାନ କରି ଓଡିଶା ଚିକିତ୍ସା ଇତିହାସରେ ସୃଷ୍ଟି କରିଥିଲେ ବିରଳ ଉଦାହରଣ ।

କୋଲକାତାର ଏକ ଘରୋଇ ହସ୍ପିଟାଲରେ ୪୫ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରୁଥିବା ୧୬ ବର୍ଷୀୟ କିଶୋରଙ୍କୁ ୨ଟି ଫୁସଫୁସ, ଦିଲ୍ଲୀରେ ଜଣେ ଗୁରୁତର ରୋଗୀଙ୍କଠାରେ ଦାନ କରାଯାଇଥିବା ପ୍ରସନଜିତଙ୍କ ଯକୃତ ପ୍ରତିରୋପଣ କରାଯାଇଛି । ୨ଟି ବୃକକକୁ କଟକ ବଡ଼ ମେଡିକାଲରେ ସରଂକ୍ଷିତ ରଖାଯାଇଛି ।

କମିଶନରେଟ ପୋଲିସର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗ୍ରୀନ କରିଡର କରାଯାଇ ଅଙ୍ଗଗୁଡିକୁ ବାହାର ରାଜ୍ୟକୁ ପଠାଯାଇଥିଲା । ୨୦ ଜଣ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏହି ଚମତ୍କାର କରିଛନ୍ତି।

ପ୍ରସନଜିତଙ୍କ ଏଭଳି ଅକାଳ ବିୟୋଗ ପରେ ପତ୍ନୀ ମୃଦୁ ମଞ୍ଜରୀଙ୍କୁ ଚାକିରି ଦେଇଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ ।

Comments are closed.