ଆଜିଠୁ ଦ୍ୱିତୀୟ ଓଜେଇଇ : ପରୀକ୍ଷା ଦେବେ ୨୭ ହଜାର ୩୫୯ ଛାତ୍ରଛାତ୍ରୀ

ଭୁବନେଶ୍ୱର – ବି.ଟେକ୍, ଏମ୍‌ବିଏ, ଏମ୍‌ସିଏ, ଏମ୍.ଏସ୍‌ସି କମ୍ପ୍ୟୁଟର ସାଇନ୍ସ, ବି.ଫାର୍ମା, ଲାଟେରାଲ ଏଣ୍ଟ୍ରି ଟୁ ବି.ଟେକ୍‌, ବି.ଏସ୍‌ସି ଲାଟେରାଲ ଏଣ୍ଟ୍ରି ଟୁ ବି.ଟେକ୍‌ ଆଦି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଜିଠାରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା -ଓଜେଇଇ ଦ୍ବାରା ପରିଚାଳିତ ସ୍ବତନ୍ତ୍ର ଦ୍ବିତୀୟ ଓଜେଇଇ ଆରମ୍ଭ ହେଉଛି। ଆଜି, ଆସନ୍ତାକାଲି ଓ ୨୯ ତାରିଖରେ ଦୈନିକ ୪ଟି ସିଫ୍ଟରେ ହେବ ସ୍ୱତନ୍ତ୍ର ଦ୍ୱିତୀୟ ଓଜେଇଇ । ପୂର୍ବାହ୍ନ ୯ଟାରୁ ୧୦ଟା, ପୂର୍ବାହ୍ନ ସାଢ଼େ ୧୧ଟାରୁ ସାଢ଼େ ୧୨ଟା, ଅପରାହ୍ନ ସାଢ଼େ ୨ଟାରୁ ସାଢ଼େ ୩ଟା ଏବଂ ଅପରାହ୍ନ ୫ଟାରୁ ସନ୍ଧ୍ୟା ୬ଟା ପରୀକ୍ଷା ସମୟ ରହିଛି। ୨୭ ହଜାର ୩୫୯ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେବେ। ଏଥିପାଇଁ ୩୦ ଜିଲାରେ ୪୪ଟି ପରୀକ୍ଷା କେନ୍ଦ୍ର କରାଯାଇଥିବା ବେଳେ ରାଞ୍ଚି, ପାଟଣା ଏବଂ କୋଲକାତାରେ ଗୋଟିଏ ଲେଖାଏଁ କେନ୍ଦ୍ର ହୋଇଛି। ପରୀକ୍ଷା କମ୍ପ୍ୟୁଟର ବେସଡ୍‌ ଟେଷ୍ଟ -ସିବିଟି ପଦ୍ଧତିରେ କରାଯିବ।

Comments are closed.