ଦିଗପହଣ୍ଡି ଦୁର୍ଘଟଣା: ରାତିରେ ଚଳାଚଳ କରିବାକୁ ଘରୋଇ ବସକୁ ଦିଆଯାଇନଥିଲା ଅନୁମତି

ବ୍ରହ୍ମପୁର – ଦିଗପହଣ୍ଡି ବସ୍‌ ଦୁର୍ଘଟଣାକୁ ନେଇ ଆସିଛି ଚାଞ୍ଚଲ୍ୟକର ସୂଚନା ମିଳିଛି । ମୁହାଁମୁହିଁ ହୋଇଥିବା ଦୁଇଟି ବସ୍ ମଧ୍ୟରୁ ଘରୋଇ ବସ୍‌ଟିକୁ ରାତିରେ ଚଳାଚଳ କରିବାକୁ ରାଜ୍ୟ ସଡ଼କ ପରିବହନ ବିଭାଗ ପକ୍ଷରୁ ଅନୁମତି ନ ଥିଲା । ଏପରିକି ବସ୍‌ଟିର ବୀମା ମଧ୍ୟ ନଥିଲା।

ଗଞ୍ଜାମ ଜିଲ୍ଲା ସଡ଼କ ପରିବହନ ଅଧିକାରୀ ମାନସ ସାହୁ କହିଛନ୍ତି ଯେ, ଦୁର୍ଘଟଣାଗ୍ରସ୍ତ ଦୁଇଟି ଯାକ ବସ୍‌ର ଫିଟନେସ ଥିଲା। ଘରୋଇ ବସ୍‌ଟିର ଫିଟନେସ ଥିଲା, କିନ୍ତୁ ତାକୁ ରାତିରେ ଚଲାଇବାକୁ ଅନୁମତି ଦିଆଯାଇ ନଥିଲା। ଦିନ ବେଳେ କେବଳ ଅଳ୍ପ ଦୂରତା ମଧ୍ୟରେ ଚଳାଚଳ କରିବାକୁ ଅନୁମତି ଦିଆଯାଇଥିଲା। ସେହିପରି ଏହି ବସ୍‌ଟିର ବୀମା ନଥିଲା। ସେ କହିଛନ୍ତି ଯେ, ଘରୋଇ ବସ୍‌ର ମାଲିକ ନିୟମ ଭାଙ୍ଗିଛନ୍ତି। ରାତିରେ ଗାଡ଼ି ଚଲାଇବାକୁ ଅନୁମତି ଦିଆଯାଇ ନଥିଲେ ମଧ୍ୟ ସେ ଚଲାଇଛନ୍ତି। ତାଙ୍କର ଖାମଖିଆଲି ମନୋଭାବ ଯୋଗୁ ଏଭଳି ଏକ ଦୁର୍ଘଟଣା ଘଟିଲା। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Comments are closed.