ଭିଜିଲାନ୍ସ ଜାଲରେ ଦିଗପହଣ୍ଡି ରେଞ୍ଜର

ବ୍ରହ୍ମପୁର – ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦିଗପହଣ୍ଡି ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ରେଞ୍ଜରଙ୍କ ଘର ଓ ଅଫିସରେ ଚଢ଼ାଉ ଚାଲିଛି । ଗତକାଲି ବିଳମ୍ବିତ ରାତିରେ ଦିଗପହଣ୍ଡି କାର୍ଯ୍ୟାଳୟରୁ ବ୍ରହ୍ମପୁର ଫେରୁଥିବା ବେଳେ ତାଙ୍କ ଗାଡ଼ି ଅଟକାଇ ଯାଞ୍ଚ କରିଥିଲା ଭିଜିଲାନ୍ସ । ଗାଡ଼ିରୁ ନଗଦ ଦେଢ ଲକ୍ଷ ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଟଙ୍କା କେଉଁଠୁ ପାଇଲେ, ସେ ନେଇ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ତାହା ଜବତ କରିଥିଲା ଭିଜିଲାନ୍ସ। ଏହି ଟଙ୍କା ମିଳିବା ପରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ସନ୍ଦେହରେ ରେଞ୍ଜରଙ୍କ ତିନିଟି ଠିକଣାରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ। ଚଢ଼ାଉରେ ଏ ଯାଏଁ ପାଖାପାଖି ନଗଦ ସାଢେ ତିନି ଲକ୍ଷ ଟଙ୍କା ମିଳିଛି । ତଦନ୍ତ ଜାରି ରହିଥିବା ବେଳେ ଏ ନେଇ ବିସ୍ତୃତ ରିପୋର୍ଟକୁ ଅପେକ୍ଷା କରାଯାଇଛି।

Comments are closed.