ଜୟପାଟଣା ଢୁଲୁ ଘାଟିରୁ ଖସିପଡ଼ିଲା ପିକଅପ ଭ୍ୟାନ, ଜଣେ ମୃତ, ୬ ଗୁରୁତର

ଭବାନୀପାଟଣା – କଳାହାଣ୍ଡି ଜିଲ୍ଲା ଜୟପାଟଣା ଢୁଲୁ ଘାଟିରେ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଜଣେ ପ୍ରାଣ ହରାଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଭାରସାମ୍ୟ ହରାଇ ଘାଟିରୁ ଏକ ପିକ୍ ଅପ୍ ଭ୍ୟାନ ଖସିପଡିଛି । ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୬ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଜୟପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କ ମଧ୍ୟରେ କିଛି ମହିଳା ଥିବା ସୂଚନା ମିଳିଛି।

Comments are closed.