କଳାହାଣ୍ଡି ଜିଲ୍ଲା ବିଜେଡିର ନୂଆ କର୍ମକର୍ତ୍ତା ନିଯୁକ୍ତ, ପୁଷ୍ପେନ୍ଦ୍ର ସଭାପତି, ଦିବ୍ୟଶଙ୍କର କାର୍ଯ୍ୟକାରୀ ସଭାପତି

ଭବାନୀପାଟଣା – କଳାହାଣ୍ଡି ଜିଲ୍ଲା ବିଜେଡିର ନୂତନ କର୍ମକର୍ତ୍ତା ନିଯୁକ୍ତ ହୋଇଛନ୍ତି । ପୁଷ୍ପେନ୍ଦ୍ର ସିଂହଦେଓ ଜିଲ୍ଲା ବିଜେଡି ସଭାପତି ହୋଇଛନ୍ତି । କାର୍ଯ୍ୟକାରୀ ସଭାପତି ଭାବେ ହୋଇଛନ୍ତି ଦିବ୍ୟଶଙ୍କର ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଛି । ୭ ଜଣଙ୍କୁ ଉପସଭାପତି, ୮ ସାଧାରଣ ସମ୍ପାଦକ ଓ ୧୨ ସମ୍ପାଦକ ନିଯୁକ୍ତ ହୋଇଛନ୍ତି । ଭବାନୀପାଟଣା ବିଧାନସଭା କ୍ଷେତ୍ର ପାଇଁ ସୁରେନ୍ଦ୍ର ପ୍ରଧାନଙ୍କୁ ଦାୟିତ୍ବ ମିଳିଥିବାବେଳେ ଦିନେଶ ବଗର୍ତ୍ତୀଙ୍କୁ ଜୁନାଗଡ ବିଧାନସଭା କ୍ଷେତ୍ର, ମାନସ ବାଗଙ୍କୁ ଧର୍ମଗଡ ବିଧାନସଭା କ୍ଷେତ୍ର, ଚିତ୍ତରଂଜନ ମଣ୍ଡଳଙ୍କୁ ନର୍ଲା, ଶୈଳେନ୍ଦ୍ର ରାଜଙ୍କୁ ଲାଞ୍ଜିଗଡ ଦାୟିତ୍ବ ଦିଆଯାଇଛି । ଏ ନେଇ ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି ।

Comments are closed.