କର୍ମଜୀବୀ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନା ପାଇଁ ନୂଆ ୱେବ୍ ପୋର୍ଟାଲ୍ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କର୍ମଜୀବୀ ସାମ୍ବାଦିକ ସ୍ବାସ୍ଥ୍ୟବୀମା ଯୋଜନାର ସୁବିଧାଜନକ ଉପଯୋଗ ପାଇଁ ନୂତନ ୱେବ୍ ପୋର୍ଟାଲ୍ ଲୋକାର୍ପଣ କରିଛନ୍ତି। ଭର୍ଚୁଆଲ ମାଧ୍ୟମରେ ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସମାଜରେ ସଚେତନତା ସୃଷ୍ଟି କରିବା ଦିଗରେ ସାମ୍ବାଦିକମାନେ କାମ କରନ୍ତୁ । ସରକାର ସାମ୍ବାଦିକମାନଙ୍କ ପାଇଁ ସବୁ ସହଯୋଗ ଯୋଗାଇଦେବେ ବୋଲି ମଧ୍ଯ ମୁଖ୍ୟମନ୍ତ୍ରୀ ଏହି ଅବସରରେ ପ୍ରତିଶ୍ରୁତି ଦେଇଥିଲେ।

ଏହି ଅବସରରେ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତ, ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ, ନିର୍ଦ୍ଦେଶକ ସରୋଜ କୁମାର ସାମଲ ଓ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ପୋର୍ଟାଲର ଉପୋଯୋଗୀତା ସମ୍ବନ୍ଧରେ ଶାସନ ସଚିବ ସଞ୍ଜୟ ସିଂ ଏହି ପୋର୍ଟାଲର ବ୍ୟବହାର ସମ୍ବନ୍ଧରେ ବିସ୍ତୃତ ଭାବରେ ଜଣାଇଥିଲେ। ବୈଷୟିକ ନିର୍ଦ୍ଦେଶକ ସୁରେନ୍ଦ୍ରନାଥ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲ ମାଧ୍ୟମରେ ରାଜ୍ୟର ସବୁ ଜିଲ୍ଲାର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀମାନଙ୍କ ସମେତ ଅନ୍ଯମାନେ ଯୋଗ ଦେଇଥିଲେ।

Comments are closed.