ଜଙ୍ଗଲ ସମୀକ୍ଷା ଶିବିର: ୫ ସମାଜସେବୀ ପାଇଲେ ପ୍ରକୃତି ବନ୍ଧୁ ପୁରସ୍କାର

ସମ୍ବଲପୁର : ଆଜି ଜଙ୍ଗଲ ବିଭାଗର ପ୍ରେକ୍ଷଳୟରେ ଡିଏଫ୍ଓ ବିଶ୍ଵନାଥ ନୀଳାମ୍ବରଙ୍କ ସଭାପତିତ୍ବରେ ୭୪ ତମ ବନ ମହୋତ୍ସବ ସପ୍ତାହ ପାଳନ ଉପଲକ୍ଷେ ବାର୍ଷିକ ସମୀକ୍ଷା ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଜିଲ୍ଲାପାଳ ଅନନ୍ୟା ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଆରସିସିଏଫ୍ ଟି. ଅଶୋକ କୁମାର ବିଶିଷ୍ଟ ଅତିଥି ପିଏମସି ପରାମର୍ଶଦାତା କୃଷ୍ଣ କୁମାର କେ ନାଭାଲାଡି, ଜିଲ୍ଲା ପରିଷଦ ର କାର୍ଯ୍ୟନିର୍ବାହୀ ଅଧିକାରୀ ଧର୍ମେନ୍ଦ୍ର ମଲ୍ଲିକ ଏବଂ ସମ୍ବଲପୁର ବିଶ୍ଵବିଦ୍ୟାଳୟ ର ବାଓ ଟେକ୍ନୋଲୋଜି ବିଭାଗ ର ମୁଖ୍ୟ ପ୍ରଫେସର ପ୍ରଦୀପ କୁମାର୍ ନାଏକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ପାଞ୍ଚଜଣ ସମାଜସେବୀଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରିଥିଲେ। ପୁରସ୍କୃତ ପ୍ରକୃତି ବନ୍ଧୁଙ୍କ ଭିତରେ ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ ତୃତୀୟ ଥର ପାଇଁ ଏହି ସମ୍ମାନ ପାଇ ଥିବା ବେଲେ ତୁଳସୀ ମଞ୍ଜରୀ ବହିଦାର, ପ୍ରଦ୍ୟୁମ୍ନ ବିଶି, ଦେବାଶିଷ ସାହୁ ଓ ସୁନନ୍ଦା ଚାନ୍ଦଙ୍କୁ ଅତିଥି ଗଣ ମାନପତ୍ର ଓ ଦଶ ହଜାର ଟଙ୍କା ର ଚେକ୍ ପ୍ରଦାନ କରି ସମ୍ମାନିତ କରିଥିଲେ। ପୁରସ୍କୃତ ହେବା ପରେ ପୁରସ୍କାର ପାଉଥବା ବ୍ୟକ୍ତିତ୍ଵଙ୍କ ପକ୍ଷରୁ ଏହାର ଉତ୍ତରରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ନାୟକ ଜିଲ୍ଲାରେ ବ୍ୟାପକ ବୃକ୍ଷରୋପଣ ପାଇଁ ଜଙ୍ଗଲ ବିଭାଗ ର ଅଧିକ ସହଯୋଗ କାମନା କରିଥିଲେ। ଏଥିସହ ସାତ ଜଣ ଉତ୍ସର୍ଗୀକୃତ କର୍ମଚାରୀ ଙ୍କୁ ମଧ୍ୟ ସମ୍ମାନ ପତ୍ର ଦିଆ ଯାଇଥିଲା । ସମ୍ବଲପୁର ଡିଭିଜନ ର ଅଢାପଡା ବନ ସୁରକ୍ଷା ସମିତି କୁ ଆଜି ରାଜ୍ୟ ସ୍ତରରେ ବିଜୁ ପଟ୍ଟନାୟକ ପୁରସ୍କାର ମିଳି ଥିବାରୁ କରତାଳି ଦେଇ ସ୍ୱାଗତ କରିଥିଲେ । ଏହା ପୂର୍ବରୁ ସମସ୍ତ ଅତିଥି ଓ ପୁରସ୍କୃତ ବ୍ୟକ୍ତିତ୍ଵ ଗଣ ବୃକ୍ଷ ରୋପଣ କରିଥିଲେ । ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କ ଦ୍ଵାରା ଆୟୋଜିତ ପ୍ରଦର୍ଶନୀ କୁ ମଧ୍ୟ ଉଦଘାଟନ କରିଥିଲେ ।କାର୍ଯ୍ୟକ୍ରମକୁ ଉମାକାନ୍ତ ପୋଢ଼ ସଂଯୋଜନା କରିଥିବା ବେଳେ ଶେଷରେ ଏସ ଇ ଏଫ୍ ତେଜ ରାଜ ନାଏକ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Comments are closed.