ବାଲେଶ୍ବର ଜିଲ୍ଲା ବିଜେଡି କମିଟି ପୁନର୍ଗଠିତ

ଭୁବନେଶ୍ୱର – ବାଲେଶ୍ଵର ଜିଲ୍ଲା ବିଜେଡି କମିଟି ପୁନର୍ଗଠିତ ହୋଇଛି। ଅଶ୍ୱିନୀ କୁମାର ପାତ୍ର ଜିଲ୍ଲା ବିଜେଡି ସଭାପତି ହୋଇଛନ୍ତି । ୪ଜଣଙ୍କୁ ବରିଷ୍ଠ ଉପସଭାପତି ଭାବେ ନିଯୁକ୍ତ କରାଯାଇଛି। ଗୌରୀ କୁମାର ରାଉତ, ବରଦା ପ୍ରସନ୍ନ ପଟ୍ଟନାୟକ, ସନ୍ତୋଷ ଖଟୁଆ, ପ୍ରଭାତ କୁମାର ବିଶ୍ବାଳ ବରିଷ୍ଠ ଉପସଭାପତି ଭାବେ ନିଯୁକ୍ତ ହୋଇଛନ୍ତି ।

୯ ଜଣ ଉପସଭାପତି, ୧୬ ସାଧାରଣ ସଂପାଦକ, ୨୨ ଜଣ ସଂପାଦକ, ୨୩ ଜଣ ଯୁଗ୍ମ ସଂପାଦକ ନିଯୁକ୍ତ କରିଛନ୍ତି ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହିପରି ଜଣେ କୋଷାଧ୍ୟକ୍ଷ ଓ ଗଣମାଧ୍ୟମ ସଂଯୋଜକ ନିଯୁକ୍ତ ହୋଇଛନ୍ତି । ଏନେଇ ବିଜେଡି ସାଧାରଣ ସଂପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି ।

Comments are closed.