ଧନ୍ୟବାଦ ମୁଖ୍ୟମନ୍ତ୍ରୀ: ରାଜ୍ୟ ସରକାରଙ୍କ ପଛୁଆ ବର୍ଗ ତାଲିକାରେ ବସନ୍ତିଆ ସମ୍ଫ୍ରଦାୟ ସ୍ଥାନିତ

ଛତ୍ରପୁର: ଦୀର୍ଘ ବର୍ଷର ଦାବି ଶୁଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ସରକାରଙ୍କ ପଛୁଆ ବର୍ଗ ତାଲିକାରେ ବସନ୍ତିଆ ସମ୍ପ୍ରଦାୟକୁ ସ୍ଥାନ ଦେଲେ। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଏହା ସମାଜର ନେତୃମଣ୍ଡଳୀ।

ଗଞ୍ଜାମ ଜିଲ୍ଲାର ଛତ୍ରପୁ, ଖଲ୍ଲିକୋଟ, ଆଠଗଡ଼ ଓ ଘୁମୁସର ସମେତ କୋରାପୁଟ ଜିଲ୍ଲାର କୋଟପାଡ଼ ଅଞ୍ଚଳରେ ବାସବାସ କରୁଛନ୍ତି ଏହି ସମ୍ପ୍ରଦାୟର ଜନସାଧାରଣ। ଗତ କିଛି ବର୍ଷ ଧରି ପଛୁଆ ବର୍ଗ ତାଲିକାରେ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରି ଆସୁଥିଲେ। ଶେଷରେ ସରକାର ଏହି ବର୍ଗର ବ୍ୟକ୍ତିବିଶେଷଙ୍କୁ ପଛୁଆ ବର୍ଗ ତାଲିକାରେ ସ୍ଥାନ ପ୍ରଦାନ କରିଛନ୍ତି। ଏ ନେଇ ରାଜ୍ୟ ସରକାରଙ୍କୁ ସାଧୁବାଦ ଜଣାଇବାକୁ ସମାଜର କର୍ମକର୍ତ୍ତାଙ୍କ ଦ୍ବାରା ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ୍ ଭିକାରୀପଲ୍ଲୀ ଶିବ ମନ୍ଦିରରେ ଏକ ସମାବେଶ ଆୟୋଜିତ ହୋଇଥିଲା। ସଭାପତି ଭାସ୍କର ନାହାକ, ସମ୍ପାଦକ ଭିକାରୀ ଚରଣ ନାୟକଙ୍କ ସମେତ ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ। ଓଡ଼ିଆ ବସନ୍ତିଆ ସମାଜର ସମସ୍ତ ଜନସାଧାରଣଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବା, ଶିକ୍ଷାରୁ ଆରମ୍ଭ କରି ଅର୍ଥନୈତିକ ବିକାଶ ଦିଗରେ ଆଲୋଚନା ହୋଇଥିଲା। ସରକାର ତଥା ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ଫଳରେ ଆର୍ଥିକ ସ୍ଥିତି ଓ ଶିକ୍ଷା କ୍ଷେତ୍ରରେ ପଛୁଆ ଏହି ବର୍ଗର ଜନସାଧାରଣ ବିକାଶ ତ୍ବରାନ୍ବିତ ହୋଇପାରିବ ବୋଲି ଆଶାବ୍ୟକ୍ତ କରାଯାଇଥିଲା। ଶିକ୍ଷାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଏହାର ସୁବିଧା ଲୋକେ ପାଇପାରିବେ ବୋଲି କୁହାଯାଇଥିଲା। ଏଣୁ ଏହି ଅବସରରେ ବସନ୍ତିଆ ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଥିଲେ।

Comments are closed.