ଆରମ୍ଭ ହେଲା ବାୟୁ ସ୍ୱାସ୍ଥ୍ୟ ସେବା, ଅଭିଜ୍ଞ ଡାକ୍ତର ଆସି ଯୋଗାଉଛନ୍ତି ଚିକିତ୍ସା

ନୂଆପଡା : ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ବାୟୁ ସ୍ଵାସ୍ଥ୍ୟ ସେବା । ଯେଉଁଥିରେ ବିଭିନ୍ନ ବିଭାଗର ଅଭିଜ୍ଞ ଡାକ୍ତର ମାନେ ଆସି ଲୋକଙ୍କୁ ଚିକିତ୍ସା କରିବା ସହ ପରାମର୍ଶ ଦେଉଛନ୍ତି । ଗରିବ ଖଟିଖୁଆ ତଥା ଉପାନ୍ତ ଅଞ୍ଚଳର ରୋଗୀଟିଏ କଟକ କିମ୍ବା ଭୁବନେଶ୍ବର ଆସି ଚିକିତ୍ସା ଚିନ୍ତା କରି ତ ପାରିବ ହେଲେ ବାଧକ ସାଜିବ ଅର୍ଥ । ଯାହାପାଇଁ ଅଭିଜ୍ଞ ଡାକ୍ତରଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟର ଚାରୋଟି ଜିଲ୍ଲାକୁ ପଠାଇ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି । ଆଜି ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ନୂଆପଡା ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପାଞ୍ଚ ନମ୍ବର ମହଲାରେ ଏହିସେବା ଯୋଗାଇ ଦିଆଯିବ । ବିଶେଷ କରି ହୃଦରୋଗ , ସ୍ନାୟୁରୋଗ , ମୂତ୍ରାଶୟ ରୋଗ , ପାକସୁଳି ଓ ଅନ୍ୟ ସମ୍ବନ୍ଧିୟ ରୋଗ , ଇକୋ କାର୍ଡିଓଗ୍ରାଫିର ବିଶେଷଜ୍ଞ ଡାକ୍ତର ମାନେ ରୋଗୀ ଚିକିତ୍ସା କରୁଛନ୍ତି । ଏହାସହ ଏଣ୍ଡୋସ୍କୋପି ଓ ଅଲଟ୍ରା ସାଉଣ୍ଡ ଭଳି ପରୀକ୍ଷା ମଧ୍ୟ ମାଗଣାରେ କରାଯାଉଛି ।

Comments are closed.