କୁତ୍ସିତ! ଶବ ସତ୍କାର ବେଳେ ଅଧାପୋଡା ମାଂସ ଖାଇଲେ ଦୁଇ ନିଶାସକ୍ତ ବ୍ୟକ୍ତି

ବାରିପଦା – ଅଧାପୋଡା ମଣିଷ ଶବରୁ ଶବ ପୋଡ଼ିଲା ମାଂସ ବାହାର କରି ଖାଇଛନ୍ତି ଦୁଇ ବ୍ୟକ୍ତି । ଏଭଳି କୁତ୍ସିତ ଘଟଣା ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଞ୍ଚଳରେ ଘଟିଛି । ଶବରୁ ମାଂସ ଖାଇଥିବା ଦୁଇଜଣଙ୍କୁ ଅଟକ ରଖିଛି ପୋଲିସ।

ବଡ଼ସାହି ଥାନା ବୀରେଶ୍ୱରପୁର ପଞ୍ଚାୟତ ଦାନ୍ତୁଣି ଗାଁର ଯୁବତୀ ଟୁନି ସିଂଙ୍କର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଗତକାଲି ବାରିପଦାରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯାଇଥିଲା।

ଗତକାଲି ଗାଁ ଶ୍ମଶାନରେ ଯୁବତୀଙ୍କ ଶବ ସତ୍କାର କରାଯାଇଥିଲା। ଏଥିରେ ଳ ଗାଁର ସୁନ୍ଦର ମୋହନ ସିଂ ଓ ନରେନ୍ଦ୍ର ସିଂ ମଧ୍ୟ ସାମିଲ ହୋଇଥିଲେ। ଗାଁ ଲୋକଙ୍କ କହିବା ଅନୁଯାୟୀ ସେ ଦୁଇ ଜଣ ନିଶାଶକ୍ତ ଅବସ୍ଥାରେ ଥିଲେ। ଶବଦାହ ଚାଲିଥିବା ବେଳେ ମୋହନ ଓ ନରେନ୍ଦ୍ର ଠିକ୍‌ ସେ ପୋଡ଼ୁଛି ନା ନାହିଁ ତଦାରଖ କରୁଥିଲେ। ମୃତ ଯୁବତୀଙ୍କ ଦାଦା ଲୋବୋ ସିଂଙ୍କ କହିବା ଅନୁଯାୟୀ, ଶବ ପ୍ରାୟ ପୋଡ଼ି ଯାଇଥିଲା। ଶେଷକୁ ଏକ ମାଂସଖଣ୍ଡ ଥିଲା। ତାହା ଆଉ ପୋଡ଼ୁ ନଥିବା ସୁନ୍ଦର ମୋହନ ସିଂ ଓ ନରେନ୍ଦ୍ର ସିଂ କହିଥିଲେ। ତାକୁ ହାଣି ଖଣ୍ଡ ଖଣ୍ଡ କରି ପୁଣି ଜୁଇରେ ପକାଇ ଦେଲେ ଜଳି ଯିବ ବୋଲି ସେମାନେ କହିଥିଲେ। ସେମାନେ ସେହି ମାଂସଖଣ୍ଡକୁ ଜୁଇରୁ କାଢ଼ି ଥିଲେ। ଦୁହେଁ ତାହା ଖାଇବା ଆରମ୍ଭ କରିଥିଲେ।

ସୁନ୍ଦର ମୋହନ ଓ ନରେନ୍ଦ୍ର ମାଂସ ଖାଇବା ପରେ ଉପସ୍ଥିତ ଲୋକେ ପାଟିତୁଣ୍ଡ କରିବା ସହିତ ଗାଁ ଲୋକଙ୍କୁ ଖବର ଦେଇଥିଲେ। ଗାଁ ଲୋକେ ଉଭୟଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ପରେ ସୁନ୍ଦର ମୋହନ ଓ ନରେନ୍ଦ୍ରଙ୍କୁ ବଡ଼ସାହି ଥାନା ପୋଲିସରେ ଜିମା ଦେଇଥିଲେ। ପୁଲିସ୍ ସେମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

Comments are closed.