ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦ ହଜାର ଟଙ୍କା ସହାୟତା ଦେଲା ଓଡ଼ିଶା ସଚିବାଳୟ ସମୀକ୍ଷକ ସଂଘ

ଭୁବନେଶ୍ବର: ଓଡିଶା ସଚିବାଳୟ ସମୀକ୍ଷକ ସେବା ସଂଘ (ଅଡିଟର୍ସ ସର୍ଭିସ ଆସୋସିଏସନ) ତରଫରୁ ୫୦ ହଜାର ଟଙ୍କାର ସହାୟତା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଛି । ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ବାହାନଗା ଠାରେ ଘଟିଥିବା ରେଳ ଦୁର୍ଘଟଣାଗ୍ରସ୍ତ ପରିବାରଙ୍କୁ ସାହାଯ୍ୟର୍ଥେ ଏହି ସହାୟତା ରାଶି ପ୍ରଦାନ କରାଯାଇଛି ।

ଆଜି ଲୋକସେବା ଭବନ ଠାରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ସଚିବାଳୟ ସମୀକ୍ଷକ ସେବା ସଂଘର ସଭାପତି ଶାରଦା ରଞ୍ଜନ ଦାଶ , ଉପ ସଭାପତି ମନୋରଞ୍ଜନ ଦଳବେହେରା, ସାଧାରଣ ସମ୍ପାଦକ ଜୀବନ ରାଉତ , ସମ୍ପାଦକ ରବି ନାୟକ , କୋଷାଧ୍ୟକ୍ଷ ପରମେଶ୍ବର ବାରିକ ପ୍ରମୁଖ ସଂଘର କର୍ମକର୍ତ୍ତାମାନେ ସାକ୍ଷାତ କରି ଏହି ସହାୟତା ରାଶି ଚେକ୍ ଆକାରରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି ।

Comments are closed.