ଏଏସଓ ଚୟନ ପ୍ରକିୟା ବିବାଦ ମାମଲାରେ ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ

କଟକ –  ଏଏସଓ ଚୟନ ପ୍ରକିୟା ବିବାଦ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ । ପୂର୍ବରୁ ଓପିଏସସି ଦ୍ଵାରା ପ୍ରକାଶିତ ମେରିଟ ଲିଷ୍ଟକୁ ଖାରଜ କରିଦେବା ସହ ସାନି ମେରିଟ ଲିଷ୍ଟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ୍‌ କରିଥିଲେ କୃତକାର୍ଯ୍ୟ ପରୀକ୍ଷାର୍ଥୀ । ରାୟକୁ ଚ୍ୟାଲେଞ୍ଜ କରି ଦୁଇଟି ମାମଲା କରିଥିଲେ କୃତକାର୍ଯ୍ୟ ପରୀକ୍ଷାର୍ଥୀ।  ନିଷ୍ପତ୍ତିର ପୁନର୍ବିଚାର ଓ ପକ୍ଷ ନ ଥିବାରୁ ରିଟ୍‌ ପିଟିସନ୍‌ ଦାଖଲ କରାଯାଇଥିଲା। ଖୁବ୍ ଶୀଘ୍ର ହାଇକୋର୍ଟ ଏହି ମାମଲାରେ ରାୟ ଦେବେ ।

Comments are closed.