‘ମୋଦୀ ସରନେମ୍’ ମାମଲାରେ ସୁପ୍ରିମକୋର୍ଟ ଗଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ଅଯୋଗ୍ୟ ଘୋଷିତ ଲୋକସଭା ସାଂସଦ ରାହୁଲ ଗାନ୍ଧୀ ଅପରାଧିକ ମାନହାନି ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।

‘ମୋଦୀ ସରନେମ୍’ ମାମଲାରେ ଅପରାଧିକ ମାନହାନୀ କେସରେ ଗୁଜରାଟ ହାଇକୋର୍ଟ ଦଣ୍ଡାଦେଶ ଉପରେ ସ୍ଥଗିତାଦେଶ ଦେବାକୁ ରାହୁଲ ଗାନ୍ଧୀଙ୍କ ଆବେଦନ ଖାରଜ କରି ଦେଇଥିଲେ।

ଗୁଜରାଟ ହାଇକୋର୍ଟର ଏହି ରାୟକୁ ଚ୍ୟାଲେଞ୍ଜ କରି ରାହୁଲ ଗାନ୍ଧୀ ସୁପ୍ରିମକୋର୍ଟ ଯାଇଛନ୍ତି ।

୨୦୧୯ରେ ରାହୁଲ ଗାନ୍ଧୀ ‘ମୋଦୀ ସରନେମ୍’ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସେ ନିରବ ମୋଦୀ, ଲଲିତ ମୋଦୀ ଏବଂ ଅନ୍ୟମାନଙ୍କ ନାମ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିଥିଲେ । ସେ କହିଥିଲେ ଯେ ସମସ୍ତ ଚୋରଙ୍କ ସରନେମ୍ କାହିଁକି ମୋଦୀ ରହିଥାଏ।

ଏହି ମନ୍ତବ୍ୟ ନେଇ ଗୁଜରାଟର ପୂର୍ବତନ ବିଧାୟକ ପୂର୍ଣ୍ଣେଶ ମୋଦୀ ରାହୁଲ ଗାନ୍ଧୀଙ୍କ ବିରୋଧରେ ଅପରାଧିକ ମାନହାନୀ କେସ୍ କରିଥିଲେ । ଚଳିତ ବର୍ଷ ମାର୍ଚ୍ଚରେ ସୁରଟର ଏକ କୋର୍ଟ ଏହି ମାମଲାରେ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରି ଦୁଇ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଥିଲେ ।

ଦଣ୍ଡାଦେଶର ଦିନକ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭାର ସଦସ୍ୟତା ରଦ୍ଦ ହୋଇଥିଲା।

Comments are closed.