ତାମିଲନାଡୁ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ସାଂସଦ ପୁଅଙ୍କ ଘରେ ଇଡି ଚଢ଼ାଉ

ଚେନ୍ନାଇ: ଇଡି ଟାର୍ଟେଟରେ ତାମିଲନାଡୁର ପୁଣି ଏକ ମନ୍ତ୍ରୀ । ମନି ଲଣ୍ଡରିଂ ମାମଲାରେ ଡିଏମକେ ନେତା ତଥା ତାମିଲନାଡୁର ଉଚ୍ଚଶିକ୍ଷା ମନ୍ତ୍ରୀ କେ ପୋନମୁଡି ଓ ତାଙ୍କ ସାଂସଦ ପୁଅ ଗୌତମ ସିଗାମାଣିଙ୍କ ଘରେ ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକ ଟିମ୍ ଚଢ଼ାଉ କରିଛି ।

ରାଜ୍ୟ ରାଜଧାନୀ ଚେନ୍ନାଇ ଏବଂ ଭିଲୁପୁରମରେ ବାପା-ପୁଅ ଯୋଡିଙ୍କ ଠିକଣାରେ ତଲାସି ଚାଲିଛି।

ପୋନମୁଡି ରାଜ୍ୟ ଖଣି ମନ୍ତ୍ରୀ ଥିବା (୨୦୦୭ ରୁ ୨୦୧୧ ମଧ୍ୟରେ) ବେଳେ ଖଣି ଲାଇସେନ୍ସ ନିୟମ ଉଲ୍ଲଂଘନ ଅଭିଯୋଗ ହୋଇଥିଲା । ଫଳରେ ରାଜ୍ୟ ସରକାରଙ୍କ ପ୍ରାୟ ୨୮ କୋଟି ଟଙ୍କା କ୍ଷତି ହୋଇଥିଲା ।

ନିକଟରେ ଡିଏମକେର ବରିଷ୍ଠ ନେତା ତଥା ତାମିଲନାଡୁ ଶକ୍ତି ଓ ପରିବହନ ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କ ବିରୋଧରେ ମଧ୍ୟ ଇଡି ଆକ୍ସନ୍ ନେଇଥିଲା ଓ ତାଙ୍କୁ ଗିରଫ କରିଥିଲା ।

Comments are closed.