ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଦୁର୍ଘଟଣାରୁ ବର୍ତ୍ତିଲା ମେମୁ ଟ୍ରେନ

ବାଲେଶ୍ଵର – ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ମେମୁ ଟ୍ରେନ୍ । ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ନୀଳଗିରି ରୋଡ୍ ବରୁଣସିଂ ଷ୍ଟେସନ୍ ପାଖରେ ଏକ ନିଶ୍ଚିତ ଦୁର୍ଘଟଣାରୁ ରକ୍ଷା ପାଇଯାଇଛନ୍ତି ଟ୍ରେନ ଯାତ୍ରୀ । ବାଲେଶ୍ଵରରୁ ଭଦ୍ରକ ଆସୁଥିବାବେଳେ ଦୁର୍ଘଟଣା ଟଳିଛି । ଟ୍ରାକ୍ ଏଣ୍ଡ୍ ପଏଣ୍ଟରେ ତ୍ରୁଟି ଥିବା ଦେଖି ଲୋକୋ ପାଇଲଟ ବ୍ରେକ୍ ଲଗାଇ ଟ୍ରେନ୍‌ ଅଟକାଇଥିଲେ ।

ଇମର୍ଜଏନସୀ ବ୍ରେକ୍ ଲଗାଇ ଟ୍ରେନ୍‌କୁ ପଛକୁ ଫେରାଇଥିଲେ ଲୋକୋ ପାଇଲଟ୍ । ଲୋକୋ ପାଇଲଟ୍‌ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଡ଼ ଅଘଟଣ ଟଳିଯାଇଛି।

Comments are closed.