ଗଞ୍ଜେଇ ଚୋରା ଚାଲାଣ: ୩ ଗିରଫ

ବରଗଡ଼ : ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବରପାଇ ବରଗଡ଼ ଜିଲ୍ଲା ବରପାଲି ପୁଲିସ୍‌ ୩ ଜଣ ଅନ୍ତଃରାଜ୍ୟ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ଠାରୁ ୯.୫୦୦ କେଜି ଗଂଜେଇ ଜବତ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ରାବନଗୁଡ଼ା ଗ୍ରାମର ଗୌର ମାଝୀ ( ୨୪ ) , ମଧ୍ୟପ୍ରଦେଶ ଛତରପୁର ଜିଲ୍ଲାର ରଘୁରାଜ ଶ୍ରୀବତ୍ସ ( ୩୨ ) , ମଧ୍ୟପ୍ରଦେଶ ଦମୋହ ଜିଲ୍ଲାର ଗୁଲଜର ସିଂ ( ୨୪ ) । ସେମାନେ ବୌଦ୍ଧରୁ ବରପାଲିକୁ ଚୋରାରେ ଗଞ୍ଜେଇ ଚାଲାଣ କରୁଥିବା ନେଇ ବରପାଲି ଆଇଆଇସି ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲେ । ଏନେଇ ସବଇନ୍ସପେକ୍ଟର ପୂର୍ଣ୍ଣିମା ତିର୍କି ସଦଳବଳେ ବରପାଲି- ବଲାଙ୍ଗୀର ରାସ୍ତାରେ କେନାଲ ନିକଟରେ ସେମାନଙ୍କୁ କାବୁ କରିଥିଲେ | ତାଙ୍କଠାରୁ ଗଞ୍ଜେଇ ସହ ଏକ ହିରୋ ଡିଲକ୍ସ ମୋଟର ସାଇକେଲ , ୩ଟି ମୋବାଇଲ ଫୋନ , ନଗଦ ୨ ହଜାର ଟଙ୍କା ଜବତ କରାଯାଇଛି । ପୋଲିସ ଏନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି ।

Comments are closed.