ପିସ୍ତଲ ଦେଖାଇ ଚା’ ଦୋକାନରୁ ଦୁଇ ଭାଇଙ୍କୁ ଅପହରଣ

ବ୍ରହ୍ମପୁର – ବ୍ରହ୍ମପୁର ଗଞ୍ଜାମ ଥାନା ଅଧିନ ପୁଇଁତୋଳା ଛକ ଜାତୀୟ ରାଜପଥର ଏକ ଢ଼ାବା ନିକଟ ଚା’ ଦୋକାନରୁ ଦୁଇ ଭାଇ କୃଷ୍ଣ ଚନ୍ଦ୍ର ସାହୁ ଏବଂ ପଞ୍ଚୁ ସାହୁଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ୨ଟି କାର୍‌ରେ ଆସି ୪ ଜଣ ଯୁବକ ପିସ୍ତଲ ଦେଖାଇ କେହି କିଛି ବୁଝିବା ପୂର୍ବରୁ ଦୁଇ ଭାଇଙ୍କୁ ଗାଡ଼ିରେ ବସାଇ ଛତ୍ରପୁର ପଟେ ଚମ୍ପଟ ମାରିଥିଲେ l ଏ ନେଇ ପରିବାର ଲୋକ ଗଞ୍ଜାମ ଥାନାରେ ଅଭିଯୋଗ କରିଛନ୍ତି । ଅପହରଣ ବିରୋଧରେ ଅନ୍ୟ ଦୋକାନୀମାନେ ୧୬ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ l ସେଠାରେ ଚାପା ଉତ୍ତେଜନା ଦେଖାଦେବା ସହ ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ମୋଟର ଅଟକି ରହିଛି l ଗଞ୍ଜାମ ଥାନା ଆଇଆଇସି ସନ୍ତୋଷ କୁମାର ବେହେରା ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି l କିଏ ଓ କାହିଁକି ୨ ଭାଇଙ୍କୁ ଅପହରଣ କରିଛି, ତାହା ସ୍ପଷ୍ଟ ହୋଇନାହିଁ ।

Comments are closed.