ଗୋରୁପଲ ଉପରେ ମାଡ଼ିଗଲା ଟ୍ରକ, ୧୦ରୁ ଅଧିକ ଗୋରୁ ମୃତ

ଟାଙ୍ଗୀ – ୧୬ ନମ୍ବର ଜାତୀୟ ରାଜପଥ ଚଣ୍ଡେଶ୍ବର ଓଭରବ୍ରିଜ ଉପରେ ଶୋଇଥିବା ଗୋରୁ ପଲ ଟ୍ରକ ମାଡ଼ିଯିବାରୁ ୧୦ରୁ ଅଧିକ ଗୋରୁଙ୍କ ମୃତ୍ୟୁ ହୋଇଛି । ୫ରୁ ଅଧିକ ଗୋରୁ ଗୁରୁତର ଅଛନ୍ତି । ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରି ଡ୍ରାଇଭରଙ୍କୁ ଗିରଫ କରିଛି ପୋଲିସ। ଭୁବନେଶ୍ବରରୁ ବ୍ରହ୍ମପୁର ଯାଉଥିବା ଏକ ମାଲବାହୀ ଟ୍ରକ୍ ଗୋରୁ ପଲ ଉପରେ ଚଢି ଯାଇଥିଲା । ଏଭଳି ଅଭାେବନୀୟ ଘଟଣା ଘଟିଛି । ଏହି ଦୁର୍ଘଟଣା ଯୋଗୁଁ ଗାଡି ମୋଟର ଚଳାଚଳ କିଛି ସମୟବନ୍ଦ ରହିଥିଲା । ପୋଲିସ ଓ ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ପରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଛି ।

Comments are closed.