ଆଇଆରସିଟିସି ସାଇଟ୍ ଅଚଳ, ଟଙ୍କା କଟୁଛି କିନ୍ତୁ ଟିକେଟ୍ ବୁକ୍ ହେଉନି

ନୂଆଦିଲ୍ଲୀ: ବୈଷୟିକ ତ୍ରୁଟି ଯୋଗୁଁ ଆଇଆରସିଟିସି ସାଇଟ୍ ଓ ଆପ୍ ଆଜି ସକାଳୁ ଅଚଳ ହୋଇପଡିଛି । ଫଳରେ ଟିକେଟ୍ ବୁକ୍ କରିବାକୁ ଚାହୁଁଥିବା ଲୋକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଅନେକ ଲୋକ ଟ୍ୱିଟ୍ କରି ରେଳବାଇ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ସିଷ୍ଟମରେ କିଛି ତ୍ରୁଟି ଯୋଗୁଁ ଟିକେଟ୍ ବୁକିଂ ରେ ସମସ୍ୟା ହେଉଛି ବୋଲି ରେଳବାଇ ତରଫରୁ କୁହାଯାଇଛି । ରେଳବାଇ ଲୋକଙ୍କୁ ଆଇଆରସିଟିସି ର ଚାଟବଟ୍ ଦିଶା ଜରିଆରେ ଟିକେଟ୍ ବୁକ୍ କରିବାକୁ ଅନୁରୋଧ କରିଛି |

ଆଜି ବହୁ ଲୋକ ଆଇଆରସିଟିସି ସାଇଟ୍ ଓ ଆପରେ ଟିକେଟ୍ ବୁକ୍ ହେଉନଥିବା ଅଭିଯୋଗ କରିଛନ୍ତି । ସେମାନେ ଏନେଇ ସ୍କ୍ରିନସଟ୍ ସେୟାର କରିଛନ୍ତି । ଟଙ୍କା କଟିଯାଉଛି କିନ୍ତୁ ଟିକେଟ୍ ବୁକ୍ ହୋଇପାରୁ ନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି | ଏପରିକି କିଛି ଲୋକ ତିନିଥର ପେମେଣ୍ଟ କରିଥିଲେ ମଧ୍ୟ ଟିକେଟ ବୁକ୍ ହୋଇନାହିଁ। ଏଭଳି ସ୍ଥିତିରେ ଲୋକମାନେ ସେମାନଙ୍କର ଟଙ୍କା ଫେରସ୍ତ ପାଇଁ ଦାବି କରୁଛନ୍ତି।

କିଛି ଲୋକ ଅଭିଯୋଗ କରିଛନ୍ତି ଯେ ଆପ୍ ଲଗ୍ଇନ୍ କରିବାବେଳେ ଓ ଭେରିଫିକେସନ୍ ବେଳେ ମଧ୍ୟ ଅସୁବିଧା ହେଉଛି | ଜଣେ ଗ୍ରାହକ କହିଛନ୍ତି ଯେ ଆଇଆରସିଟିସି ର ଚାଟବଟ୍ ଦିଶା ରେ ୩-ଇ ବୁକିଂର ବ୍ୟବସ୍ଥା ଆଦୌ ଉପଲବ୍ଧ ନାହିଁ |

Comments are closed.