ପୂର୍ବତନ ବିଧାୟକ ରମେଶ ସୋରେନଙ୍କ ପରଲୋକ

ଭୁବନେଶ୍ୱର – ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟାର ପୂର୍ବତନ ବିଧାୟକ ରମେଶ ସୋରେନଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ଭୁବନେଶ୍ଵରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ରମେଶ ସୋରେନ କଂଗ୍ରେସ ଦଳର ଜଣେ ଟାଣୁଆ ନେତା ଥିଲେ । ସେ ୧୯୭୪, ୧୯୭୭ ଓ ୧୯୮୦ ମସିହାରେ ଖୁଣ୍ଟା ଆସନରୁ କଂଗ୍ରେସ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

Comments are closed.