ଆଜି ରାଷ୍ଟ୍ରପତିଙ୍କ କଟକ ଗସ୍ତ , ହାଇକୋର୍ଟର ୭୫ତମ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗ ଦେବେ

କଟକ – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି କଟକ ଗସ୍ତରେ ଯିବେ । ପ୍ରଥମେ ସେ କଟକ ଚଣ୍ଡୀ ମନ୍ଦିର ଯାଇ ମା’ଙ୍କୁ ଦର୍ଶନ କରିବେ । ଏହାପରେ ରାଷ୍ଟ୍ରପତି ଓଡ଼ିଶା ହାଇକୋର୍ଟର ୭୫ତମ ପୂର୍ତ୍ତି ଉତ୍ସବରେ ଯୋଗଦେବେ । ଏସସିବି ମେଡିକାଲ କଲେଜର ବାର୍ଷିକ ଉତ୍ସବରେ ମଧ୍ୟ ହେବେ ସାମିଲ ହେବେ ରାଷ୍ଟ୍ରପତି । ଏହାଛଡା ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ଦଶମ ସମାବର୍ତ୍ତନ ଉତ୍ସବରେ ସେ ଯୋଗ ଦେବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୬୫ ପ୍ଲାଟୁନ ଫୋର୍ସ ଓ ୨୮୫ ଅଫିସର ସୁରକ୍ଷା ଦାୟିତ୍ବରେ ନିୟୋଜିତ ଅଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତ ଦୃଷ୍ଟିରୁ କଟକରେ ଆଜି କିଛି କାର୍ଯ୍ୟାଳୟ ବନ୍ଦ ରହିବ ।

Comments are closed.