ଓଏସଏସସି ଜେଇ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା, ବିହାରରୁ ମାଷ୍ଟରମାଇଣ୍ଡ ଗିରଫ

ଭୁବନେଶ୍ୱର – ଓଏସଏସସି ଜେଇ ସିଭିଲ ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାର ମାଷ୍ଟର ମାଇଣ୍ଡକୁ ବିହାରରୁ ଗିରଫ କରାଯାଇଥିବା କହିଛି ବାଲେଶ୍ଵର ପୋଲିସ। ମାଷ୍ଟରମାଇଣ୍ଡ ଓ ଅନ୍ୟ ୭ଜଣ ଅଭିଯୁକ୍ତଙ୍କୁ ବିହାରରୁ ଗିରଫ କରାଯାଇଛି । ପୂର୍ବରୁ ଦୀଘାରୁ ୯ ଜଣଙ୍କୁ ଗିରଫ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ଓଏସଏସସି ଜେଇ ସିଭିଲ ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଯାଇଥିଲା। ଏଥିପାଇଁ ଜୁଲାଇ ୧୬ ତାରିଖରେ ହୋଇଥିବା ପରୀକ୍ଷା ରଦ୍ଦ କରିଦେଇଥିଲା ଓଏସଏସସି । ସେପ୍ଟେମ୍ବରରେ ପୁଣି ଏହି ପରୀକ୍ଷା ହେବ ।

Comments are closed.