କ୍ରେନ ହେଲା କାଳ : ଏକ୍ସପ୍ରେସ ହାଇୱେ କାମରେ ନିୟୋଜିତ କ୍ରେନ ଖସି ୧୬ ଶ୍ରମିକଙ୍କ ମୃତ୍ୟୁ

ଥାନେ – ମହାରାଷ୍ଟ୍ରର ଥାନେରେ ବଡ଼ ଧରଣର ଦୁର୍ଘଟଣା । ନିର୍ମାଣ କାମରେ ନିୟୋଜିତ ଏକ କ୍ରେନ୍ ଖସି ପଡ଼ିବାରୁ ୧୬ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି। ତିନିଜଣ ଶ୍ରମିକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଥାନେ ଜିଲ୍ଲା ଶାହାପୁର ଠାରେ କାମ ଚାଲିଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି । ସମୃଦ୍ଧି ଏକ୍ସପ୍ରେସ ହାଇୱେ ନିର୍ମାଣ କାମରେ ନିୟୋଜିତ ଥିବା କ୍ରେନ ଖସିପଡିଥିଲା । କ୍ରେନ୍ ତଳେ ଆଉ କିଛି ଶ୍ରମିକ ଫସି ରହିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଏନଡିଆରଏଫର ଦୁଇଟି ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Comments are closed.