ବ୍ଲକସ୍ତରୀୟ ଉଦ୍ୟାନ କୃଷି ତାଲିମ-ଦକ୍ଷତା ବିକାଶ କାର୍ଯ୍ୟକ୍ରମ

ବରଗଡ଼: ବ୍ଲକ ସ୍ତରୀୟ ଉଦ୍ୟାନ କୃଷି ତାଲିମ ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆଜି ବରଗଡ଼ ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଆୟୋଜିତ ହୋଇଛି । ବରଗଡ଼ ଉଦ୍ୟାନ କୃଷି ଅଧିକାରୀ କମଳକାନ୍ତି ଭୁଏଙ୍କ ଅଧ୍ୟକ୍ଷତାରେ ଉଦ୍ୟାନ ସମ୍ପ୍ରସାରଣ କର୍ମୀ ଇପ୍ସିତା ପଣ୍ଡାଙ୍କ ସଂଯୋଜନା ଏବଂ ଉଦ୍ୟାନ କୃଷି ପର୍ଯ୍ୟବେକ୍ଷକ ଯୁବରାଜ ସାମିନିଙ୍କ ସହଯୋଗରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯୁଧୁଷ୍ଠିର ମେହେର, ସମ୍ମାନିତ ଅତିଥି ଭାବେ ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ, ଗୋବିନ୍ଦ ପଧାନ ଏବଂ ନୀଲେଶ୍ଵର ସରପଞ୍ଚ ନିରଞ୍ଜନ ମଲ୍ଲିକ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ରର ମୃତ୍ତିକା ବିଶେଷଜ୍ଞ ଡା ରାହୁଲଦେବ ବେହେରା ଏବଂ ଗୋଡ଼ରେଜ ଏଗ୍ରୋ ର ଉନ୍ନୟନ ଅଧିକାରୀ ମୃତିକାର ସଠିକ ପରିଚାଳନା ଏବଂ ତାଳ ତେଲ ଚାଷ ସମ୍ବନ୍ଧରେ ଚାଷୀ ଏବଂ ପଂଚାୟତି ରାଜ ଅନୁଷ୍ଠାନର ଜନ ପ୍ରତିନିଧି ମାନଙ୍କୁ ବୁଝାଇଥିଲେ । ଉଦ୍ୟାନ କୃଷି ବିଭାଗର ସୁଶ୍ରୀ ସ୍ଵାମିନୀ ଭୋଇ ଏବଂ ଉବେଶ କୁମାର ଦଳାଇ ବିଭିନ୍ନ ଉଦ୍ୟାନ ଭିତ୍ତିକ ଯୋଜନା ଉପରେ ଅବଗତ କରାଇଥିଲେ । କାର୍ଯ୍ୟକ୍ରମରେ ବରଗଡ଼ ବ୍ଲକର ବିଭିନ୍ନ ପଂଚାୟତରୁ ଶତାଧ‌ିକ ଚାଷୀ ଏବଂ ଜନ ପ୍ରତିନିଧି ଯୋଗ ଦେଇଥିଲେ । ଶେଷରେ ସହକାରୀ ଉଦ୍ୟାନ କୃଷି ଅଧିକାରୀ ବରଗଡ଼ ଶ୍ରୀ ଭୁଏ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.