ପୋଲ ଉପରେ ପାଣି, ସମ୍ବଲପୁର- ସୋନପୁର ଯୋଗାଯୋଗ ବିଚ୍ଛିନ୍ନ

ସମ୍ବଲପୁର: ପ୍ରବଳ ବର୍ଷାରେ ସବୁ ନଦୀ ଏବଂ ନାଳ ଭରିବାରେ ଲାଗିଛି। ସମ୍ବଲପୁର ସହର ଦେଇ ଯାଇଥିବା ମାଳତିଯୋରରେ ବନ୍ୟା ପାଣି ମୁଷଳ ଧାରାରେ ପ୍ରବାହିତ ହେଉଛି। ଫଳରେ ଗୁଣ୍ଡେରପୁର ପୋଲ ଉପରେ ପାଣି ପ୍ରବାହିତ ହେବାରୁ ସମ୍ବଲପୁର ଏବଂ ସୋନପୁର ମଧ୍ଯରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ସେପଟେ ବନ୍ୟା ପାଣି ଘେରରେ ମାନେଶ୍ବରର ମାନ୍ଧାତା ବାବା ମନ୍ଦିର ରହିଛି। ମନ୍ଦିର ଭିତରକୁ ପାଣି ପ୍ରବେଶ କରିବା ଦ୍ବାରା ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି। ସେହିପରି ହୀରାକୁଦ ଉପରମୁଣ୍ଡରେ ଗତ ୨୪ ଘଣ୍ଟା ମଧ୍ଯରେ ହାରାହାରି ୩୦.୨୫ ମିମି ବର୍ଷା ରେକର୍ଡ କରାଯାଇଛି। ଆଉ ହୀରାକୁଦକୁ ୧ ଲକ୍ଷ ୯ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି। ବର୍ତ୍ତମାନ ୨ ଟି ଗେଟ ଦେଇ ଜଳ ନିଷ୍କାସନ ଜାରି ରହିଛି।

Comments are closed.