ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ସମ୍ବଲପୁର ଗସ୍ତ

ସମ୍ବଲପୁର: ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ ସମ୍ବଲପୁର ଗସ୍ତ ଅବସରରେ କୁଚିଣ୍ଡା ଅଞ୍ଚଳ ଗସ୍ତ କରିଛନ୍ତି। ଡବ୍ଲୁଡିସି ଅଧୀନରେ କୁଟୁରାଚୁଆଁ ହାଇସ୍କୁଲ ରେ ନିର୍ମାଣାଧୀନ ସମ୍ମିଳନୀ କକ୍ଷ ବୁଲି ଦେଖିଛନ୍ତି।ନିର୍ମାଣ କାର୍ଯ୍ୟ ଦେଖିବା ସହିତ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଛନ୍ତି ପରେ ସାତଖମା ରେ ମୁଖ୍ୟମନ୍ତ୍ରୀ ସଭାଗୃହର ଶୁଭ ଉଦଘାଟନ କରିଛନ୍ତି। କୁଚିଣ୍ଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ କଳା ପରିଷଦ ଠାରେ ନିର୍ମିତ ଅଡିଟୋରିଅମ ହଲ ଦେଖିଛନ୍ତି। ପରେ କୁଚିଣ୍ଡା କଲେଜ ଠାରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଦ୍ୱାରା ନିର୍ମିତ ହୋଇଥିବା ନୂତନ ପ୍ରେକ୍ଷାଳୟ ବୁଲି ଦେଖିବା ସହିତ କଲେଜ ଦ୍ୱାରା ଆୟୋଜିତ ଶୋଭାରେ ଯୋଗ ଦେଇଥିଲେ। କଲେଜ ଛାତ୍ର ଛାତ୍ରୀଙ୍କୁ ଶିକ୍ଷା ସହିତ ଉତ୍ତମ ଭିତ୍ତିଭୂମି ଦେବା ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ସର୍ବଦା ପ୍ରୟାସ ଜାରି ରହିଛି ବୋଲି କହିଛନ୍ତି। ପୂର୍ବରୁ ପିଲାମାନେ ଚାକିରି ପାଇବା ପାଇଁ ପାଠ ପଢୁଥିଲେ କିନ୍ତୁ ବର୍ତ୍ତମାନ ଉଦ୍ୟୋଗୀ ହେବା ସହ ବହୁତ ଜିନିଷ ନିଜ ପ୍ରଚେଷ୍ଟାରେ କରୁଛନ୍ତି। ଆରଏମସି କୁଚିଣ୍ଡା ରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ଭେଲୁଆପାଲ ଚିଲି ନର୍ସରୀ, ମନ୍ତ୍ରୀମୁଣ୍ଡା ଚିଲି ନର୍ସରୀରେ ଚାଷ କରାଯାଉଥିବା ଲଙ୍କା ଚାଷ ଦେଖିବା ସହିତ ଏସ୍ଏଚଜି ମହିଳାଙ୍କ ସହିତ ଆଲୋଚନା କରି ସେମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଗସ୍ତ ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ଡବ୍ଲୁଡିସି ମୁଖ୍ୟ କାର୍ଯ୍ୟ ନିର୍ବାହୀ ଡ. ଅଜିତ ମିଶ୍ର, ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଡ. ସୁରେଶ ଚନ୍ଦ୍ର ଦଳେଇ, ଜିଲ୍ଲା ପରିଷଦ ସଭାପତି କୁମୁଦିନି ନାୟକ, ଜିଲ୍ଲାପାଳ ଅନନ୍ୟା ଦାସ, କୁଚିଣ୍ଡା ବିଡ଼ିଓ ନିରଞ୍ଜନ ସମେତ ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ।

Comments are closed.