ମୁଣ୍ଡଳିରେ ମହାନଦୀରେ ଚାଲିଛି ପିକ୍ ଫ୍ଲୋ, କାଲି ଅପରାହ୍ନରେ ତଳମୁଣ୍ଡ ଛୁଇଁବ

ଭୁବନେଶ୍ୱର – କଟକର ମୁଣ୍ଡଳିଠାରେ ଏବେ ମହାନଦୀରେ ସେକେଣ୍ଡ ପ୍ରତି ୯ ଲକ୍ଷ ୨୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି ବୋଲି ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି। ମୁଣ୍ଡଳିଠାରେ ସର୍ବାଧିକ ଜଳପ୍ରବାହ ଚାଲିଛି। ଏହି ପିକ୍‌ ଫ୍ଲୋ ୮ ଘଣ୍ଟା ପର୍ଯ୍ୟନ୍ତ ଚାଲିବା ପରେ ଖସିବ। ମୁଣ୍ଡଳିରେ ଏବେର ପିକ୍‌ ଫ୍ଲୋ ଆସନ୍ତାକାଲି ଅପରାହ୍ନରେ ତଳମୁଣ୍ଡ ଛୁଇଁବ। ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀରେ କାଲି ଅପରାହ୍ନରେ ହେବ ପିକ୍‌ ଫ୍ଲୋ। କାଲି ସକାଳେ ମୁଣ୍ଡଳିରେ ବନ୍ୟାଜଳ ପ୍ରବାହ ହ୍ରାସ ପାଇବ ବୋଲି ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ମହାନ୍ତି ସୂଚନା ଦେଇଛନ୍ତି।

ବୈତରଣୀ ଏବଂ ବ୍ରାହ୍ମଣୀ ନଦୀରେ ଜଳସ୍ତର ଖସୁଛି। ଆଖୁଆପଦାଠାରେ ବୈତରଣୀ ବିପଦ ସଂକେତ ଉପରେ ଥିଲେ ବି ଖସୁଛି। କେଉଁଠି କିଛି ଘଟିଲେ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଆଯାଉଛି ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି।

Comments are closed.