ଆସନ୍ତୁ ଜାଣିବା ସ୍ୱପ୍ନରେ କାନ୍ଦିବା କେତେ ଶୁଭ ଓ କେତେ ଅଶୁଭ ?

ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ପ୍ରତ୍ୟେକ ବ୍ୟକ୍ତି ଶୋଇବା ପରେ ଯେକୌଣସି ସ୍ୱପ୍ନ ଦେଖିଥାଏ। କାହାର ସ୍ୱପ୍ନ ମନେ ରହେ କାହାର ରୁହେନି। ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ସ୍ୱପ୍ନର କିଛି ନା କିଛି ଅର୍ଥ ରହିଛି। ଏହା ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସହ ଜଡିତ ବୋଲି ମଧ୍ୟ କୁହାଯାଏ। ଏଭଳି କିଛି ସ୍ୱପ୍ନ ମଧ୍ୟରୁ ଗୋଟିଏ ସ୍ୱପ୍ନ ହେଉଛି ନିଜକୁ କିମ୍ବା ଅନ୍ୟଙ୍କୁ କାନ୍ଦିବା ଅବସ୍ଥାରେ ଦେଖିବା। ମାତ୍ର ବାସ୍ତବରେ ଏହାର ଅର୍ଥ ଅନେକ ଜାଣି ନଥିବେ। ଶାସ୍ତ୍ର ଅନୁଯାୟୀ, କାନ୍ଦିବାର ଉଭୟ ଶୁଭ ଓ ଅଶୁଭ ଅର୍ଥ ରହିଛି। ଜାଣନ୍ତୁ..

• ସ୍ୱପ୍ନରେ ନିଜକୁ ଏକାକି କାନ୍ଦୁଥିବା ଦେଖିଲେ, ଏହାର ଅର୍ଥ ଶୁଭ ବୋଲି କୁହାଯାଏ। ଏହି ସ୍ୱପ୍ନର ଅର୍ଥ ଜୀବନରେ କୌଣସି ବଡ ପରିବର୍ତ୍ତନ ହେବା ସହ ଆପଣଙ୍କ ଜୀବନରେ ଖୁସି ଓ ସୁଖସମୃଦ୍ଧି ଭରି ଯିବ।

• ଘର ଲୋକଙ୍କ ସହ ନିଜକୁ କାନ୍ଦୁଥିବାର ଦେଖିଲେ, ଏହାର ଅର୍ଥ ଆପଣଙ୍କ ପରିବାରରେ କେହି ନୂଆ ସଦସ୍ୟ ଆସିବା ସହ ଜମି କିଣିବାର ସୁଯୋଗ ମିଳିବ।

• ସ୍ୱପ୍ନରେ କୌଣସି ଶିଶୁକୁ କାନ୍ଦୁଥିବା ଦେଖିଲେ, ଏହାର ଅର୍ଥ ଜୀବନରେ କୌଣସି ସମସ୍ୟା ଆସିପାରେ। କିମ୍ବା ଧନହାନୀ ହେବାର ସମ୍ଭବନା ଥାଏ।

• ସ୍ୱପ୍ନରେ ଅନ୍ୟ ବ୍ୟକ୍ତିଙ୍କୁ କାନ୍ଦୁଥିବା ଦେଖିଲେ, ଏହାର ଅର୍ଥ ଯେଉଁ କଥା କିମ୍ବା କାମକୁ ନେଇ ଅନେକ ଦିନରୁ ଚିନ୍ତିତ ଥିଲେ, ସେଥିରୁ ମୁକ୍ତି ମିଳିବ। ସମସ୍ୟା ଦୂର ହେବ।

Comments are closed.