ଝାରସୁଗୁଡ଼ା – ଲାଞ୍ଚ ନେବାବେଳେ ଫସିଲେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ -ସିଡିପିଓ। ଝାରସୁଗୁଡ଼ା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ( ଅର୍ବାନ) ସରୋଜିନୀ ଏକ୍କା ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ଧରିଛି । ଚାରିମାସ ଧରି ପଡିରହିଥିବା ଛତୁଆ ବିଲ୍ ରିଲିଜ କରିବାକୁ ଏକ ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତିଙ୍କଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ ସରୋଜିନୀ। ତାଙ୍କଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଆୟ ବର୍ହିଭୂତ ସଂପତ୍ତି ଠୁଳ ନେଇ ତାଙ୍କର ଦୁଇଟି ଠିକଣାରେ ଏକକାଳୀନ ଚଢ଼ାଉ ଚାଲିଛି । ଏ ନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।
Comments are closed.