ଫିରିଙ୍ଗିଆ ଥାନା ପୋଡି ଓ ପୋଲିସକୁ ମାଡ ଘଟଣାରେ ୧୦ରୁ ଅଧିକ ଲୋକ ଅଟକ, ୧୪୪ ଧାରା ଜାରି

ଫୁଲବାଣୀ – ଫିରିଙ୍ଗିଆ ଥାନା ପୋଡି ଓ ପୋଲିସକୁ ମାଡ ଘଟଣାରେ ୧୦ରୁ ଅଧିକ ଲୋକଙ୍କୁ ଉଠାଇ ଆଣିଛି ପୋଲିସ । ଏଣେ ଗିରଫ ଭୟରେ ଫିରିଙ୍ଗିଆ ଗାଁ ପୁରୁଷଶୂନ୍ୟ ହୋଇପଡ଼ିଛି । ଫିରିଙ୍ଗିଆରେ ଦୋକାନ ବଜାର ବନ୍ଦ ରହିଛି । ସେଠାରେ ୧୪୪ ଧାରା ଜାରି କରାଯାଇଛି । ଗତକାଲି ପୋଲିସ ଗାଡିରେ ଗଞ୍ଜେଇ ଚାଲାଣ ଅଭିଯୋଗ କରି ଥାନାରେ ନିଆଁ ଲଗାଇ ଦେଇଥିଲେ ସ୍ଥାନୀୟ ଲୋକେ । ପ୍ରଥମେ ଫୁଲବାଣୀ-ବାଲିଗୁଡ଼ା ରାସ୍ତା ଅବରୋଧ କରିଥିଲେ । ବୁଝାଇବାକୁ ଆସିଥିବା ଏସଡିପିଓ, ତହସିଲଦାର ଓ ଅନ୍ୟ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ସ୍ଥାନୀୟ ଲୋକେ ଥାନାରେ ନିଆଁ ଲଗାଇ ଦେଇଥିଲେ। ଥାନା ପରିସରରେ ଥିବା ବାଇକ୍ ଓ କାରକୁ ମଧ୍ୟ ଜାଳି ଦେଇଥିଲେ । ମାଲଖାନାରେ ରଖାଯାଇଥିବା ଜବତ ଗଞ୍ଜେଇ ବସ୍ତା ବାହାରକୁ ଆଣି ନିଆଁ ଲଗାଇ ଦେଇଥିଲେ । ସ୍ଥିତି ନିୟନ୍ତ୍ରଣ ପାଇଁ ସେଠାରେ ଇଣ୍ଡିଆନ ରିଜର୍ଭ ବାଟାଲିଅନ୍ ମୁତୟନ କରାଯାଇଛି । ବ୍ରହ୍ମପୁର ରେଞ୍ଜ ଆଇଜି ସତ୍ୟବ୍ରତ ଭୋଇ ଓ କନ୍ଧମାଳ ଏସ୍ପି ଫିରିଙ୍ଗିଆରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

Comments are closed.