ଗୀତା ଉପଦେଶ: ଭକ୍ତ ମାନେ ସର୍ବଦା ବ୍ୟବହାରରେ ବିନମ୍ରତାର ପ୍ରତୀକ ହୋଇଥାନ୍ତି

ଭଗବାନ ଶ୍ରୀକୃଷ୍ଣ ଗୀତରେ ଅର୍ଜୁନଙ୍କୁ କହୁଛନ୍ତି:-

ଯସ୍ମାନ୍ନୋଦ୍ୱିଜତେ ଲୋକୋ ଲୋକାନ୍ନୋଦ୍ୱିଜତେ ଚ ଯଃ ।
ହର୍ଷାମର୍ଷଭୟୋଦ୍‌ବେଗୈର୍ମୁକ୍ତୋ ଯଃ ସ ଚ ମେ ପ୍ରିୟଃ ।।୧୫।।

ଅର୍ଥାତ୍ ଭକ୍ତ ମୋର ପ୍ରିୟ ଅଟନ୍ତି କାରଣ ଭକ୍ତି ହୃଦୟକୁ ଦ୍ରବିତ ଓ କୋମଳ କରେ, ତେଣୁ ଭକ୍ତମାନେ ସ୍ୱାଭାବିକ ଭାବରେ ସମସ୍ତଙ୍କ ପ୍ରତି ବ୍ୟବହାରରେ ଭଦ୍ର ଓ ନମ୍ର ହୁଅନ୍ତି । ସେମାନେ କହିବାକୁ ଗଲେ ବିନମ୍ରତାର ପ୍ରତୀକ ହୋଇଥାନ୍ନ୍ତି ।ଏତଦ୍‌ବ୍ୟତିତ, ସେମାନେ ସମସ୍ତଙ୍କୁ ଭଗବାନଙ୍କର କ୍ଷୁଦ୍ର ଅଂଶ ମନେକରି ସମସ୍ତଙ୍କ ମଧ୍ୟରେ ଭଗବାନଙ୍କୁ ଦେଖନ୍ତି । ତେଣୁ ସେମାନେ କାହାର ଅନିଷ୍ଟ କରିବା କଥା ଚିନ୍ତା କରି ପାରନ୍ତି ନାହିଁ ।

Comments are closed.