ମହାନଦୀରେ ବୁଡି ଯାଇଥିବା ଦୁଇ ଛାତ୍ରଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ କଲେ ବାପା

କଟକ – ନରାଜ ନିକଟରେ ମହାନଦୀରେ ଗତ ୮ ତାରିଖରେ ବୁଡ଼ି ଯାଇଥିବା ଦୁଇ କଲେଜ ଛାତ୍ରଙ୍କ ମଧ୍ୟରୁ ଆଜି ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ରଙ୍କ ନାଁ ଆଦିତ୍ୟ ଅଭିଷେକ । ବାଲିଅନ୍ତା ଥାନା ଅଞ୍ଚଳ କାଠଯୋଡ଼ି ନଦୀରୁ ତାଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। ଆଉ ଜଣେ ଛାତ୍ର ଏବେ ବି ନିଖୋଜ ଅଛନ୍ତି। ତେବେ ମୃତଦେହ ଉଦ୍ଧାର ହୋଇଥିବା ଛାତ୍ରଙ୍କ ବାପା ହତ୍ୟା ଅଭିଯୋଗ ଆଣିଛନ୍ତି।

ଆଦିତ୍ୟ ଅଭିଷେକଙ୍କୁ ଅପହରଣ କରାଯାଇ ହତ୍ୟା କରାଯାଇଥିବା ପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତାଙ୍କ ବାପା ସୁଧୀର କୁମାର ମଲ୍ଲିକ ।

ଆଦିତ୍ୟ ଅଭିଷେକଙ୍କ ସମେତ ତାଙ୍କ ସାଙ୍ଗ ଗତ ୮ ତାରିଖରେ ମହାନଦୀ ପାଣିରେ ବୁଡ଼ି ଯାଇଥିବା ବେଳେ ଉଭୟଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ଜୋରଦାର ପ୍ରୟାସ ଜାରି ରଖିଥିଲା। ଆଜି ସକାଳୁ ଆଦିତ୍ୟଙ୍କ ମୃତଦେହ ଠାବ ହୋଇଥିଲା ।

Comments are closed.