ଯୁବକଯୁବତୀଙ୍କ ଦକ୍ଷତା ବିକାଶ ପାଇଁ ରାଜ୍ୟ ସରକାରଙ୍କ ‘ନୂତନ ଉନ୍ନତ ଅଭିଳାଷ’ ଯୋଜନା

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ‘ନୂତନ ଉନ୍ନତ ଅଭିଳାଷ’ ବା ‘ନୂଆ ଓଡ଼ିଶା’ ନାମକ ଯୋଜନାକୁ ମଞ୍ଜୁରୀ ଦିଆଯାଇଛି। ଏହି ଯୋଜନା କାର୍ଯ୍ୟକାରୀ ପାଇଁ ୩୮୫ କୋଟି ଟଙ୍କା ଅର୍ଥ ମଞ୍ଜୁର କରାଯାଇଛି । ଏହି ନୂଆ ଯୋଜନା ଅନ୍ତର୍ଗତ ଆଗାମୀ ତିନି ବର୍ଷ ପାଇଁ ରାଜ୍ୟର ଯୁବକମାନଙ୍କୁ ଦକ୍ଷତା ବିକାଶ ତାଲିମ ଦିଆଯିବ। ଲକ୍ଷେ ଯୁବକଯୁବତୀଙ୍କୁ ଦକ୍ଷତା ବିକାଶ ତାଲିମ ଦିଆଯିବ। ସରକାରୀ ଦକ୍ଷତା ଅନୁଷ୍ଠାନ ଓ ଶିକ୍ଷା ନୁଷ୍ଠାନ ଜରିଆରେ ତାଲିମ ଦିଆଯିବ। ଏହାଦ୍ବାରା ‘ସ୍କିଲ୍ଡ ଇନ୍ ଓଡ଼ିଶା’ ବ୍ରାଣ୍ଡ ଆହୁରି ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର।

Comments are closed.