ଫିରିଙ୍ଗିଆ ଥାନାର ପୂର୍ବତନ ଆଇଆଇସି ତପନ ନାହାକ ସସପେଣ୍ଡ୍

ଫୁଲବାଣୀ – ଗଞ୍ଜେଇ ଚାଲାଣକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗରେ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିବା କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାର ସ୍ଥାନାନ୍ତରିତ ଆଇଆଇସି ତପନ ନାହାକଙ୍କୁ ସସ୍‌ପେଣ୍ଡ କରାଯାଇଛି। ଫିରିଙ୍ଗିଆ ଥାନା ପୋଡି ପରେ ତପନ ନାହାକଙ୍କୁ କନ୍ଧମାଳ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିଲା। ଦାୟିତ୍ବରେ ଅବହେଳା ପାଇଁ ପୋଲିସ ଡିଜି ତାଙ୍କୁ ସସପେଣ୍ଡ୍ କରିଛନ୍ତି। ଗଞ୍ଜେଇ ମାଫିଆଙ୍କ ସହ ତାଙ୍କର ସଂପର୍କ ରହିଛି ବୋଲି ଫିରିଙ୍ଗିଆ ଲୋକେ ତପନ ନାହାକଙ୍କ ବିରୋଧରେ ଅଭିଯୋଗ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। କାର୍ଯ୍ୟାନୁଷ୍ଠାନ ନ ହେବାରୁ ଲୋକେ ରାସ୍ତାକୁ ଓହ୍ଲାଇବା ସହ ଫିରିଙ୍ଗିଆ ଥାନା ପୋଡି ଦେଇଥିଲେ। ଏହି ଘଟଣା ପରେ ଆଇଆଇସି ତପନ ନାହାକଙ୍କୁ ବଦଳି କରାଯିବା ସ‌ହ ଦୁଇ ହୋମଗାର୍ଡଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଥିଲା। ଏଣେ ଥାନା ପୋଡି ମାମଲାରେ ୨୧ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି।

Comments are closed.