ସାମଗ୍ରିକ ଆର୍ଥିକ ସ୍ଥିତି ଓ ଉନ୍ନତ ବିତ୍ତୀୟ ପରିଚାଳନା: ଶ୍ରେଷ୍ଠ ରାଜ୍ୟ ତାଲିକାରେ ଓଡ଼ିଶା

ମୁମ୍ବାଇ – ନବୀନ ସରକାର ଅମଳରେ ଆର୍ଥିକ ଦୃଷ୍ଟିରୁ ଯେ, ଓଡ଼ିଶା ବେଶ୍ ଅଗ୍ରଗତି କରିଛି, ତାହା ପୁଣିଥରେ ପ୍ରମାଣିତ ହୋଇଛି । ଦେଶର ପ୍ରମୁଖ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶାର ଆର୍ଥିକ ସ୍ଥିତି ବେଶ୍ ଭଲ ରହିଛି । ବିତ୍ତୀୟ ପରିଚାଳନା ବେଶ ଉନ୍ନତ ରହିଥିବା ଅଗ୍ରଣୀ ରାଜ୍ୟମାନଙ୍କ ତାଲିକାରେ ସ୍ଥାନ ପାଇଛି ଓଡ଼ିଶା । ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ପ୍ରଦର୍ଶନ ଆଶାନୁରୂପ ରହିଛି। ୧୭ଟି ପ୍ରମୁଖ ରାଜ୍ୟର ସାମଗ୍ରିକ ଆର୍ଥିକ ସ୍ଥିତିକୁ ନେଇ ପ୍ରସ୍ତୁତ କରାଯାଇଥିବା ଏକ ତାଲିକାରେ ଓଡ଼ିଶା ସ୍ଥାନ ପାଇଛି। ଏହି ତାଲିକାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ରାଜ୍ୟ ଭାବେ ମହାରାଷ୍ଟ୍ର ଏକ ନମ୍ବର ସ୍ଥାନରେ ଥିବା ବେଳେ ଛତିଶଗଡ଼ ଦ୍ବିତୀୟ ସ୍ଥାନରେ ରହିଛି। ଡଚ୍ ବ୍ୟାଙ୍କ ଇଣ୍ଡିଆର ମୁଖ୍ୟ ଅର୍ଥନୀତିଜ୍ଞ କୌଶିକ ଦାସ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ୨୦୨୩-୨୦୨୪ ଆର୍ଥିକ ବର୍ଷର ବଜେଟ୍‌ ଆକଳନ ଅନୁସାରେ ପ୍ରସ୍ତୁତ କରାଯାଇଥିବା ତାଲିକାରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବେ ମହାରାଷ୍ଟ୍ର ଶୀର୍ଷ ସ୍ଥାନରେ ଥିବା ବେଳେ ଏହା ପଛକୁ ରହିଛନ୍ତି ଛତିଶଗଡ଼, ଓଡ଼ିଶା, ତେଲେଙ୍ଗାନା ଓ ଝାଡ଼ଖଣ୍ଡ। ପଶ୍ଚିମବଙ୍ଗ, ପଞ୍ଜାବ, ବିହାର, ରାଜସ୍ଥାନ, ଉତ୍ତରପ୍ରଦେଶ ଓ କେରଳ ସ୍ଥିତି ସବୁଠୁ ଖରାପ ରହିଛି।

ରିପୋର୍ଟ ଅନୁସାରେ ଆନ୍ଧ୍ରପ୍ରଦେଶ ଅଷ୍ଟମ ସ୍ଥାନରୁ ଖସିଆସି ୧୧ତମ ସ୍ଥାନରେ ପହଞ୍ଚିଥିବା ବେଳେ ଗୁଜରାଟ ପଞ୍ଚମରୁ ସପ୍ତମକୁ ଖସିଆସିଛି।

୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍‌ ତଥ୍ୟ ଅନୁସାରେ ପ୍ରସ୍ତୁତ ଶ୍ରେଷ୍ଠ ପାଞ୍ଚ ରାଜ୍ୟ ତାଲିକାରେ ଛତିଶଗଡ଼ ପ୍ରଥମ ସ୍ଥାନରେ ଥିବା ବେଳେ ଏହା ପଛକୁ ରହିଛନ୍ତି ମହାରାଷ୍ଟ୍ର, ଓଡ଼ିଶା, ଝାଡ଼ଖଣ୍ଡ ଓ ଗୁଜରାଟ। ପଞ୍ଜାବ ସବୁଠୁ ଖରାପ ପ୍ରଦର୍ଶନ କରିଥିବା ବେଳେ ସେହି ତାଲିକାରେ ପଶ୍ଚିମବଙ୍ଗ, କେରଳ, ରାଜସ୍ଥାନ ଓ ବିହାର ନାମ ରହିଛି।

Comments are closed.