ଭୂସ୍ଖଳନରେ ଭୁଶୁଡ଼ିଲା ମନ୍ଦିର, ୯ ମୃତ

ଶିମଲା: ପ୍ରବଳ ବର୍ଷା ଯୋଗୁଁ ହିମାଚଳ ପ୍ରଦେଶର ରାଜଧାନୀ ଶିମଲାରେ ବଡ଼ ଅଘଟଣ ଘଟିଛି। ଭୂସ୍ଖଳନ ଯୋଗୁଁ ସୋମବାର ଏକ ଶିବ ମନ୍ଦିର ଭୁଶୁଡ଼ି ପଡ଼ିଛି। ଏହି ଘଟଣା ବେଳେ ମନ୍ଦିର ଭିତରେ ୨୫ରୁ ଅଧିକ ଲୋକ ଥିଲେ । ଧ୍ବଂସାବଶେଷ ତଳୁ ବର୍ତ୍ତମାନ ପର୍ଯ୍ୟନ୍ତ ୨ ଶିଶୁଙ୍କ ସମେତ ୯ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମାଟି ଅତଡ଼ା ତଳେ ଦବି ରହିଥିବା ବାକି ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି ।

ଏହି ମନ୍ଦିର ବାଲୁଗଞ୍ଜ ଅଞ୍ଚଳର ଶିମଲା ଉପକଣ୍ଠରେ ଅବସ୍ଥିତ | ଘଟଣାସ୍ଥଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଶ୍ରାବଣ ସୋମବାର ଯୋଗୁଁ ମନ୍ଦିରରେ ସକାଳୁ ହିଁ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଜମିଥିଲା ।

Comments are closed.