ଆଜିର ବିଧାନସଭା : ୭ଟି ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ, ଆଗତ ହେବ ପଂଚାୟତ ସଂଶୋଧନ ବିଲ୍ ୨୦୨୧

ଭୁବନେଶ୍ୱର- ବିଧାନସଭା ମୌସୁମୀ ଅଧିବେଶନର ଆଜି ଷଷ୍ଠ କାର୍ଯ୍ୟଦିବସରେ ଗୃହରେ ୭ଟି ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି । ପଂଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ବିଭାଗ, ଜଙ୍ଗଲ ଓ ପରିବେଶ , ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଶ୍ରମ ଓ ଇଏଆଇ ବିଭାଗ, ସଂସଦୀୟ ବ୍ୟାପାର ଓ ଆଇନ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିବ ।

ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ପୁରୁଷ ଓ ଚତୁର୍ଥ ସ୍ଥାନରେ ରହିଥିବା ମହିଳା ହକି ଦଳ ପାଇଁ ସମ୍ବର୍ଦ୍ଧତା ପ୍ରସ୍ତାବ ଆସିବାରେ । ଆଜି ଗୃହରେ ଓଡିଶା ପଂଚାୟତ ସଂଶୋଧନ ବିଲ୍ -୨୦୨୧ ଆଗତ ହେବ । ଏହାଛଡା ଓଡିଆ ବିଶ୍ୱବିଦ୍ୟାଳୟ ବିଲ୍ ଓ ଓଡିଶା ରିପିଲିଂ ବିଲ୍ ଗୃହୀତ ହେବା ସମ୍ଭାବନା ରହିଛି ।

Comments are closed.