ଆଦାନୀ-ହିଣ୍ଡେନବର୍ଗ ମାମଲା: ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଆଉ ୧୫ ଦିନ ସମୟ ମାଗିଲା ସେବି

ନୂଆଦିଲ୍ଲୀ: ଆଦାନୀ-ହିଣ୍ଡେନବର୍ଗ ମାମଲାର ତଦନ୍ତ ରିପୋର୍ଟ ଦାଖଲ କରିବାକୁ ସେବି ସୁପ୍ରିମକୋର୍ଟଙ୍କୁ ଆଉ ୧୫ ଦିନ ସମୟ ମାଗିଛି । ପୂର୍ବରୁ ସୁପ୍ରିମକୋର୍ଟ ଦେଇଥିବା ସମୟସୀମା ଆଜି (ଅଗଷ୍ଟ ୧୪) ଶେଷ ହୋଇଥିଲା । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୯ରେ ହେବ ।

ସେବି କୋର୍ଟଙ୍କୁ କହିଛି ଯେ ଆଦାନୀ-ହିଣ୍ଡେନବର୍ଗ ମାମଲାର ତଦନ୍ତରେ ବହୁତ ଅଗ୍ରଗତି ହୋଇଛି। ତଦନ୍ତ ଦ୍ରୁତ ଗତିରେ ଆଗେଇ ଚାଲିଛି । କିଛି ଷ୍ଟକ୍ ମାର୍କେଟ ଦଲାଲଙ୍କ ଠାରୁ ତଥ୍ୟ ସଂଗ୍ରହ ପାଇଁ ସମୟ ଲାଗିବ। ଆଉ ୧୫ ଦିନ ସମୟ ଦେଲେ ଆମେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବୁ ବୋଲି କହିଛି ସେବି ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସେବି ଆଦାନୀ-ହିଣ୍ଡେନବର୍ଗ ସହ ଜଡିତ ୨୪ଟି ମାମଲାର ଯାଞ୍ଚ କରୁଛି।

ଏହି ୨୪ଟି ମାମଲା ମଧ୍ୟରୁ ୧୭ଟିର ତଦନ୍ତ ଶେଷ ହୋଇଛି ଏବଂ ସେବିର ଅଧିକାରୀମାନେ ମଧ୍ୟ ଏହାକୁ ଅନୁମୋଦନ କରିଛନ୍ତି ବୋଲି କହିଛି ସେବି ।

Comments are closed.