ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପର ଡିପିଆର ପ୍ରଦାନ କଲା ଡିଏମଆରସି

ଭୁବନେଶ୍ବର – ପ୍ରସ୍ତାବିତ ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ନେଇ ଡିପିଆର ପ୍ରଦାନ କରିଛି ଦିଲ୍ଲୀ ମେଟ୍ରୋ ରେଳ ନିଗମ – ଡିଏମ ଆରସି । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ଡିପିଆର ପ୍ରଦାନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ୨୬ କିଲୋମିଟର ଓ ୨୦ଟି ଷ୍ଟେସନ ମଧ୍ୟରେ ସୀମିତ ରହିବ ।

ଭୁବନେଶ୍ବର ବିମାନବନ୍ଦର ଠାରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ୨୬ କିଲୋମିଟର ଭିତରେ ରହିବ ୨୦ଟି ଷ୍ଟେସନ୍‌। ମୁଖ୍ୟ ଶାସନ ସଚିବଙ୍କୁ ଡିପିଆର ପ୍ରଦାନ କଲା ଡିଏମ୍‌ଆରସି। ପ୍ରଥମ ପର୍ଯ୍ୟାୟରେ ବିଜୁ ପଟ୍ଟନାୟକ ଏୟାରପୋର୍ଟ, କ୍ୟାପିଟାଲ ହସ୍ପିଟାଲ, ଶିଶୁ ଭବନ, ବାପୁଜୀ ନଗର, ଭୁବନେଶ୍ୱର ରେଳ ଷ୍ଟେସନ, ରାମ ମନ୍ଦିର ଛକ, ବାଣୀ ବିହାର, ଆଚାର୍ଯ୍ୟ ବିହାର ଛକ, ଜୟଦେବ ବିହାର ଛକ, ଜାଭିଏର ଛକ, ରେଳ ସଦନ, ଡିଷ୍ଟ୍ରିକ୍ଟ ସେଣ୍ଟର, ଡମଣା ଛକ, ପଟିଆ ଛକ, କିଟ୍ ଛକ, ନନ୍ଦନ ବିହାର, ରଘୁନାଥପୁର, ନନ୍ଦନକାନନ ପ୍ରାଣୀ ଉଦ୍ୟାନ, ଫୁଲପୋଖରୀ ଓ କଟକର ତ୍ରିଶୂଳିଆ ଛକ ଯାଏଁ ଚାଲିବ ମେଟ୍ରୋ ଟ୍ରେନ୍ ।

ସୂଚନାଯୋଗ୍ୟ ଯେ, ଏ ବର୍ଷ ଏପ୍ରିଲ ପହିଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫-ଟି ଉପକ୍ରମ ଅନ୍ତର୍ଗତ ଭୁବନେଶ୍ବର ଏୟାରପୋର୍ଟରୁ କଟକର ତ୍ରିଶୂଳିଆ ଛକ ଯାଏଁ ମେଟ୍ରୋ ରେଳ ପ୍ରକଳ୍ପକୁ ଅନୁମୋଦନ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଏହି ପ୍ରକଳ୍ପ ଖୋର୍ଦ୍ଧା, ପୁରୀ ସମେତ ଭୁବନେଶ୍ବର ଓ କଟକର ଅନ୍ୟ ସ୍ଥାନକୁ ସଂପ୍ରସାରିତ ହେବ । ଡିପିଆର ପ୍ରସ୍ତୁତିରେ ଡିଏମଆରସିକୁ ସଂପୃକ୍ତ କରାଯାଇଥିଲା। ଇତିମଧ୍ୟରେ ଭୁବନେଶ୍ୱର ମେଟ୍ରୋ ରେଳ ନିଗମ ଲିମିଟେଡ୍- ବିଏମଆରସିଏଲ ପାଇଁ ସିଇଓ ଓ ଜେନେରାଲ ମ୍ୟାନେଜର ( ପ୍ରଶାସନ ) ନିଯୁକ୍ତ କରାଯାଇଛି।

Comments are closed.