କେବଳ ବିଲକିସ୍ ବାନୋ ମାମଲାର ଦୋଷୀଙ୍କୁ କାହିଁକି ଛଡ଼ାଗଲା ? ଗୁଜରାଟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ

ନୂଆଦିଲ୍ଲୀ: ବିଲକିସ୍ ବାନୋ ମାମଲାର ଦୋଷୀ ମାନଙ୍କୁ ଛାଡ଼ିବା ନେଇ ଗୁଜରାଟ ସରକାରଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ । କେବଳ ବିଲକିସ୍ ବାନୋ ମାମଲାର ଦୋଷୀଙ୍କୁ ହିଁ କାହିଁକି କ୍ଷମା ପ୍ରଦାନ କରାଗଲା ? ଅନ୍ୟ କଏଦୀମାନଙ୍କ ଦଣ୍ଡ କାହିଁକି କୋହଳ କରାଗଲାନି ବୋଲି ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ପଚାରିଛନ୍ତି ।

ସୁପ୍ରିମକୋର୍ଟ ଗୁଜରାଟ ସରକାରଙ୍କୁ ପଚାରିଛନ୍ତି ଯେ ଯେତେବେଳେ ଗୋଧ୍ରା କୋର୍ଟ ଏହି ମାମଲାର ଶୁଣାଣି କରିନଥିଲେ, ତେବେ କାହିଁକି ସେହି କୋର୍ଟର ମତାମତ ନିଆଗଲା?

ବିଲକିସ୍ ବାନୋଙ୍କ ଆବେଦନ ଉପରେ ପରବର୍ତ୍ତୀ ଶୁଣାଣି ବର୍ତ୍ତମାନ ଅଗଷ୍ଟ ୨୪ରେ ହେବ।

ଏହି ମାମଲାରେ ୧୧ ଜଣ ଦୋଷୀଙ୍କୁ ମୁକ୍ତ କରିବା ବିରୋଧରେ ବିଲକିସ୍ ବାନୋଙ୍କ ଆବେଦନ ସହ ଏକାଧିକ ଜନସ୍ବାର୍ଥ ମାମଲାର ଶୁଣାଣି କରୁଛନ୍ତି ସୁପ୍ରିମକୋର୍ଟ । ୨୦୦୨ ଗୁଜରାଟ ଦଙ୍ଗାରେ ବିଲକିସ୍ ବାନୋଙ୍କୁ ଗଣବଳାତ୍କାର କରାଯିବା ସହ ତାଙ୍କ ପରିବାରର ୭ ଜଣଙ୍କୁ ହତ୍ୟା କରାଯାଇଥିଲା । ଏହି ମାମଲାରେ ସବୁ ୧୧ ଦୋଷୀଙ୍କୁ ଆଜୀବନ ଜେଲ୍ ହୋଇଥିଲା ।

ତେବେ ଗତ ବର୍ଷ ଅଗଷ୍ଟ ୧୫ରେ ଗୁଜରାଟ ସରକାର ସମସ୍ତ ଦୋଷୀଙ୍କୁ ଜେଲରୁ ମୁକ୍ତ କରିଥିଲେ।

Comments are closed.