ଭୁବନେଶ୍ୱର ଉପକଣ୍ଠ ବନ୍ଦ ଘରୁ ଦୁଇ ମଇଁଷି ଫାର୍ମ କର୍ମଚାରୀଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର – ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଭିଙ୍ଗାରପୁର କାଜ ନିକଟରେ ଏକ ବନ୍ଦ ଘରୁ ୨ ଜଣ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକମାନେ ହେଲେ ସୁଶାନ୍ତ ଦାସ ଓ ଜଗବନ୍ଧୁ ବେହେରା । ସେମାନେ ମଇଁଷି ଫାର୍ମର କର୍ମଚାରୀ ବୋଲି ଜଣାପଡ଼ିଛି।

ଗତକାଲି ରାତି ପ୍ରାୟ ୧୨ଟା ସମୟରେ ମଇଁଷି ଫାର୍ମର ମାଲିକ ଅନ୍ତରଯାର୍ମୀ ସୁଶାନ୍ତ ଓ ଜଗବନ୍ଧୁଙ୍କ ସହ କଥା ହୋଇଥିଲେ। ପରେ ରାତି ପ୍ରାୟ ଗୋଟାଏ ୪୦ ମିନିଟ୍‌ ସମୟରେ ସୁଶାନ୍ତ ଓ ଜଗବନ୍ଧୁ ଅନ୍ତରଯାର୍ମୀଙ୍କୁ ଫୋନ୍‌ କରିଥିଲେ। ଅନ୍ତରଯାର୍ମୀ ଶୋଇପଡ଼ିଥିବାରୁ ସେ ଫୋନ୍ ଉଠାଇ ପାରି ନଥିଲେ।

ଜଣାପଡିଛି ଯେ, ଗତକାଲି ରାତିରେ ମଇଁଷି ଫାର୍ମର ମାଲିକ ଅନ୍ତର୍ଯ୍ୟାମୀ ସୁଶାନ୍ତ ଓ ଜଗବନ୍ଧୁଙ୍କ ସହ କଥା ହୋଇଥିଲେ। କିଛି ସମୟ ପରେ ସୁଶାନ୍ତ ଓ ଜଗବନ୍ଧୁ ଅନ୍ତର୍ଯ୍ୟାମୀଙ୍କୁ ଫୋନ୍‌ କରିଥିଲେ। ହେଲେ ଶୋଇପଡିଥିବାରୁ ଅନ୍ତର୍ଯ୍ୟାମୀ ଫୋନ୍ ଉଠାଇ ପାରି ନଥିଲେ। ଅନ୍ତର୍ଯ୍ୟାମୀ ସକାଳେ ସୁଶାନ୍ତ ଓ ଜଗବନ୍ଧୁଙ୍କୁ କଲ୍‌ ବ୍ୟାକ୍ କରିଥିଲେ ମଧ୍ୟ କେହି ଫୋନ୍ ଉଠାଇ ନଥିଲେ। ପରେ ସେ ମଇଁଷି ଫାର୍ମ ନିକଟକୁ ଆସି କବାଟ ବାଡେଇ ସୁଶାନ୍ତ ଓ ଜଗବନ୍ଧୁଙ୍କୁ ଡାକିଥିଲେ। ହେଲେ କେହି କବାଟ ନଖୋଲିବାରୁ ଅନ୍ତର୍ଯ୍ୟାମୀ ପୋଲିସକୁ ଜଣାଇଥିଲେ । ପୋଲିସ କବାଟ ଭାଙ୍ଗି ସୁଶାନ୍ତ ଓ ଜଗବନ୍ଧୁଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ। ସୁଶାନ୍ତ ଓ ଜଗବନ୍ଧୁଙ୍କୁ କିଏ ଓ କାହିଁକି ହତ୍ୟା କଲା ନା ସେମାନେ ଆତ୍ମହତ୍ୟା କରିଛନ୍ତି ତା’ର କାରଣ ଜଣାପଡ଼ିନାହିଁ। ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍ ଘଟଣାର ତଦନ୍ତ କରୁଛନ୍ତି।

Comments are closed.