ନିଶା ମାଫିଆଙ୍କ ଆଡ୍ଡାରେ ଚଢ଼ାଉ ବେଳେ ଆକ୍ରମଣ,ଏଏସଆଇ ଆହତ

ଭୁବନେଶ୍ୱର – ରାଜଧାନୀରେ ନିଶା ମାଫିଆଙ୍କ ଆତଙ୍କରାଜ । ନିଶା ମାଫିଆଙ୍କ ଘରେ ଚଢ଼ାଉ ବେଳେ ପୋଲିସ ଉପରେ ଆକ୍ରମଣ ହୋଇଛି । ମାଫିଆଙ୍କ ଆକ୍ରମଣରେ ଧଉଳି ଥାନା ଏଏଏସଆଇ ରମେଶ ଭୋଳ ଆହତ ହୋଇଛନ୍ତି। ଧଉଳି ଥାନା ଏସବିଆଇ ସମ୍ମୁଖ ପରିତ୍ୟକ୍ତ ଘରେ ନିଶା କାରବାର ଚାଲିଥିଲା ବେଳେ ପୋଲିସ ରେଡ୍ କରିଥିଲା । କିଛି ମାଫିଆ ଆକ୍ରମଣ କରିବାରୁ ଏଏସଆଇ ରମେଶ ଭୋଳ ଆହତ ହୋଇଥିଲେ। ଘଟଣାସ୍ଥଳରୁ ୪ ଅଭିଯୁକ୍ତକୁ କାବୁ କରିଛି ପୋଲିସ । ଆଉ କିଛି ଚମ୍ପକ ମାରିଛନ୍ତି।

Comments are closed.