ଉଦ୍ୟାନ ଏକ୍ସପ୍ରେସରେ ନିଆଁ

ବେଙ୍ଗାଲୁରୁ: ପୁଣି ଟ୍ରେନରେ ନିଆଁ । ଆଜି ସକାଳେ ବେଙ୍ଗାଲୁରୁର କ୍ରାନ୍ତିଭେରା ସାଙ୍ଗୋଲି ରେୟାନା (କେଏସଆର) ଷ୍ଟେସନରେ ଉଦ୍ୟାନ ଏକ୍ସପ୍ରେସ ଟ୍ରେନରେ ନିଆଁ ଲାଗିଯାଇଛି । ଟ୍ରେନର ଦୁଇଟି ବଗିରେ ନିଆଁ ଲାଗିଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଛନ୍ତି। ଏହି ଟ୍ରେନ୍ ମୁମ୍ବାଇରୁ ବାଙ୍ଗାଲୋର ଯାଏଁ ଚଳାଚଳ କରିଥାଏ। କେଏସଆର ଷ୍ଟେସନ ଏହାର ଶେଷ ରହଣି |

ଦକ୍ଷିଣ-ପଶ୍ଚିମ ରେଳବାଇ ତରଫରୁ କୁହାଯାଇଛି ଯେ ନିଆଁ ଲାଗିବା ପୂର୍ବରୁ ସବୁ ଯାତ୍ରୀ ଟ୍ରେନରୁ ଓହ୍ଲାଇ ସାରିଥିଲେ । ଏହି ଘଟଣାରେ କୌଣସି କ୍ଷୟକ୍ଷତି ହୋଇନାହିଁ । ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ । ଅଗ୍ନିଶମ ବାହିନୀ ଏବଂ ବିଶେଷଜ୍ଞମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଘଟଣାର ତଦନ୍ତ ଜାରି ରହିଛି ।

Comments are closed.